www.samajalive.in
Sunday, December 7, 2025
15.1 C
Bhubaneswar

ଯୁଗ୍ମ ଜନ ଅଭିଯୋଗ ଶୁଣାଣି

ରେଙ୍ଗାଲିକ୍ୟାମ୍ପ : ଅତାବିରାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଦୁଇ ବର୍ଷ ଧରି କରୋନା ମହାମାରୀ ଯୋଗୁଁ ଏହା ବନ୍ଦ ହୋଇ ରହିଥିଲା। ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକଙ୍କ ସଭାପତିତ୍ବରେ ଆୟୋଜିତ ଏହି  ଜନ ଶୁଣାଣି  କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ,ଉପଜିଲ୍ଲାପାଳ ଶୁଭେନ୍ଦୁ ସାମଲ, ଜିଲ୍ଲା ପ୍ରକଳ୍ପ ଅଧିକାରୀ  କୃତିବାସ ରାଉତ, ଜିଲ୍ଲା ଆରକ୍ଷୀ ଅଧିକାରୀ ପୁରୁଷୋତ୍ତମ ଦାଶ,ତହସିଲଦାର ସୌଭାଗ୍ୟ ବେହେରା,ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ଵନାଥ ସାହୁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ମାଞ୍ଚାସୀନ ହୋଇଥିଲେ। ସକାଳ ଆଠଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅତି ଶୃଙ୍ଖଳାର ସହ ପରିଚାଳିତ ହେଉଥିଲା । ପ୍ରଥମେ  ଅଭିଗୋଗ କ।ରୀଙ୍କ ନାମ ପଞ୍ଜିକୃତ  ହେବ। ପରେ ଗୋଟିଏ ପରେ ଗୋଟିଏ ଅଭିଯୋଗ କାରୀଙ୍କୁ  ଭିତରକୁ  ପ୍ରବେଶ କରାଯାଇଥିଲା।  ୮୦ ପ୍ରତିଶତ ଇନ୍ଦିରା ଆବାସ ଉପରେ  ଅଭିଯୋଗ ରହିଥିବା ବେଳେ ,୧୫ ପ୍ରତିଶତ ରାସନ୍ କାର୍ଡ ଓ ଅବଶିଷ୍ଟ ଭତ୍ତା ତଥା ପାନୀୟ ଜଳ ସମସ୍ୟା ଉପରେ ଅଭିଯୋଗ ରହିଥିଲା। ମୋଟ ୨୨୦ ଟି ଅଭିଯୋଗ  ରହିଥିଲା। ହେଲେ ମୁଖ୍ୟ  ଅଭିଯୋଗ ରହିଥିଲା ଧାନ ମଣ୍ଡି ଖୋଲିବା ପ୍ରକ୍ରିୟା ଓ  ଆଦର୍ଶ ବିଦ୍ୟାଳୟ । ଜନସାଧାରଣଙ୍କ ଅଭିଯୋଗ ଗୁଡ଼ିକର ସମସ୍ୟାକୁ  ଯଥାସାଧ୍ୟ ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ।
ଏହି ଅଭିଯୋଗ ମଧ୍ୟରେ ମୁଖ୍ୟ ପ୍ରସଙ୍ଗ ରହିଥିଲା  ଓଡ଼ିଶା ରାଜ୍ୟ କୃଷକ ସଂଗଠନ  ଅତାବିରା ଶାଖା ପକ୍ଷରୁ  ଧାନ ମଣ୍ଡି ଖୋଲିବା  ପ୍ରକ୍ରିୟା ଓ ଧାର୍ଯ୍ୟ ତାରିଖ ଉପରେ ରହିଥିବା ଅଭିଯୋଗ।  ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ଗତ ଏପ୍ରିଲ ୭ ତାରିଖରେ ରବି ଧାନ କ୍ରୟ  ପାଇଁ ଏକ ବୈଠକ ହୋଇଥିଲା ଯେଉଁଥିରେ ମଇ ୬ ତାରିଖରୁ ଅତାବିରା ଓ ଭେଡେନରେ  ଧାନ ମଣ୍ଡି ଖୋଲାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ  ଓଡ଼ିଶା ରାଜ୍ୟ କୃଷକ ସଂଗଠନର ଅନୁରୋଧ କ୍ରମେ ୬ ପରିବର୍ତ୍ତେ ୧୨ ତାରିଖରେ ମଣ୍ଡି ଖୋଲାଯିବ ବୋଲି ବିଭିନ୍ନ ଖବର କାଗଜରେ ପ୍ରକାଶିତ ହୋଇଛି।
ଏହାକୁ ବିରୋଧ କରି ଯୁଗ୍ମ ଜନ ଶୁଣାଣିରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖାର ସଭାପତି ହାରାଧନ୍ ପ୍ରଧାନ  ,ତଥା ବରିଷ୍ଠ ନେତା ବୃଷଭାନୁ ସାହୁ, ବସନ୍ତ ବାରିକ୍ , ପଲଉ ମାଝୀ ପ୍ରମୁଖ ଜିଲ୍ଲାପାଳଙ୍କୁ ପ୍ରଶ୍ନ କରିଥିଲେ ଅସଲି ନକଲିକୁ ଚିହ୍ନଟ କରିବା ପାଇଁ। ସେମାନେ ମଣ୍ଡି ଖୋଲିବାର ତାରିଖକୁ ନେଇ କିଛି କହି ନାହାନ୍ତି କି କୌଣସି ଅଲଗା ନିଷ୍ପତ୍ତି ନେଇ ନାହାନ୍ତି, କିନ୍ତୁ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ର ନିଷ୍ପତ୍ତି ରେ ୧୨ ତାରିଖରେ ମଣ୍ଡି ଖୋଲିବ ବୋଲି ଖବର କାଗଜରେ କେମିତି ବାହାରୁଛି? ତେବେ ନିଶ୍ଚିତ ଭାବରେ  ଏହା  କୌଣସି ନକଲି ସଂଗଠନ ର କାମ । ଏହି ନକଲି ସଙ୍ଗଠନକୁ  ଚିହ୍ନଟ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବରିଷ୍ଠ ଚାଷୀ ନେତା  ବୃଷଭାନୁ ସାହୁ ଜିଲ୍ଲାପାଳ ଙ୍କୁ ଅଭିଯୋଗ  କରିଥିଲେ ।  ଅସଲି ନକଲି କୁ ନେଇ ଦ୍ବନ୍ଦରେ ପଡ଼ିଥିଲେ ଜିଲ୍ଲାପାଳ। ଏହାବ୍ୟତୀତ ଆଦର୍ଶ ବିଦ୍ୟାଳୟ ଖୋଲିବା କୁ ନେଇ ଦୁଇଟି ଗୋଷ୍ଠୀ  ପକ୍ଷରୁ ଅଭିଯୋଗ ଆସୁଥିଲା।  ଗୋଟିଏ ଗୋଷ୍ଠୀ ଲହଣ୍ଡା ରାସ୍ତାରେ ଆଦର୍ଶ ବିଦ୍ୟାଳୟ  ଖୋଲିବା ପାଇଁ ଦାବି ଜଣାଇଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଭୋଈପୁରା ରେ ଖୋଲାଯାଉ ବୋଲି ଅଭିଯୋଗ କରିଥିଲେ।ଉଭୟ ଗୋଷ୍ଠୀ ର ଅଭିଯୋଗ ଶୁଣିବା ପରେ, ଉପ ଜିଲ୍ଲାପାଳ କହିଥିଲେ  ଯେ  ଆସନ୍ତା ଗୁରୁବାର  ଦିନ ଉଭୟ ଗୋଷ୍ଠୀ ଙ୍କୁ ନେଇ ଏକ ବୈଠକ ହେବ, ଉଭୟ ଗୋଷ୍ଠୀ ପକ୍ଷରୁ ପ୍ରସ୍ତାବିତ ଜାଗା ଉପରେ ସର୍ବେକ୍ଷଣ କରାଯିବ,ଯେଉଁ ଜାଗା ଆଦର୍ଶ ବିଦ୍ୟାଳୟ ପାଇଁ ଉପଯୁକ୍ତ ସରକାରୀ ନିୟମ  ଅଧୀନରେ ଆସିବ, ସେହି ସ୍ଥାନରେ ବିଦ୍ୟାଳୟ ଖୋଲାଯିବ। ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୀରୀନ୍ଦ୍ର ସାହୁ,ଥାନା ଅଧିକାରୀ  ଅନିଲ କୁମାର ପ୍ରଧାନ ତଥା ଜଙ୍ଗଲ,ବିଦ୍ୟୁତ୍,ମହିଳା ଓ ଶିଶୁ ବିକାଶ,କୃଷି,ସ୍ବାସ୍ଥ୍ୟ,ଶିକ୍ଷା,ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ଓ ପଶୁ ସମ୍ପଦ  ଆଦି ବିଭାଗର ମୁଖ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।  ଅଭିଯୋଗ କାରୀଙ୍କ ଅଭିଯୋଗକୁ ଭିତ୍ତି କରି ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories