www.samajalive.in
Monday, December 8, 2025
27.1 C
Bhubaneswar

ମହାଦେବ ଓ ଜଗତଜନନୀଙ୍କ ପ୍ରତ୍ୟକ୍ଷ ସେବାର ମିଳିଲା ସୁଯୋଗ

ସମ୍ବଲପୁର: କରୋନାର କରାଳ ସଙ୍କଟ ଟଳିବା ପରେ ୨ ବର୍ଷ ପରେ ସମ୍ବଲପୁରର ବିଶ୍ୱବିଖ୍ୟାତ ମହାଦେବ ଓ ଜଗତଜନନୀ ପାର୍ବତୀଙ୍କ ବିବାହ ଉତ୍ସବ ଚଳିତ ବର୍ଷ ଧୁମଧାମରେ ପାଳିତ ହେବାକୁ ଯାଉଛି । ପବିତ୍ର ଶୀତଳଷଷ୍ଠୀ ଉତ୍ସବ ପାଇଁ ବିଭିନ୍ନ ଯାତ୍ରା କମିଟି ମାନେ ଅକ୍ଷୟ ତୃତୀୟା ତିଥିରେ ଥାଳ ଉଠା ନିତି ଏବଂ ଚଳିତ ବର୍ଷର କନ୍ୟା ପିତାମାତା ଚୟନର ରିତି ସମ୍ପନ୍ନ କରିଛନ୍ତି । ଏହି କ୍ରମରେ ସମ୍ବଲପୁରର ଅନ୍ୟତମ ପୁରାତନ ମୋଦିପଡା ଶୀତଳଷଷ୍ଠୀ ଯାତ୍ରା କମିଟୀ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟା ସମୟରେ ଏହି ଦେବ ବିବାହ ମହୋତ୍ସବ ପାଇଁ ଥାଳ ଉଠା ନିତି ସହିତ କନ୍ୟା ପିତାମାତା ଚୟନ କରାଯାଇଛି ।

ବୁଢ଼ାରଜା ଏକ୍ସପ୍ଲୋସିଭ କଲୋନୀ ନିବାସୀ ତଥା ଅବସରପ୍ରାପ୍ତ ପୁଲିସ ଅଧିକାରୀ ବିନୋଦ ବିହାରୀ ପଟେଲ ଓ ଅଧ୍ୟାପିକା ତଥା ସହଧର୍ମିଣୀ ବିନତା ନାୟକଙ୍କୁ ଏହି ଗୁରୁଦାୟିତ୍ୱ ମିଳିଛି । ଶ୍ରୀ ଶ୍ରୀ ଜାଗେଶ୍ୱର ବାବା ଓ ମାତା ପାର୍ବତୀଙ୍କ ଲୌକିକ ବିବାହରେ କନ୍ୟାଙ୍କ ପିତାମାତା ହେବାର ସୁଯୋଗ ମିଳିବା ଚିରସ୍ମରଣୀୟ । ମୁଁ ପୁଲିସ ବିଭାଗରେ ଚାକିରୀ ସମୟରେ ଅନେକବାର ଶୀତଳଷଷ୍ଠୀ ଯାତ୍ରାର ଡ୍ୟୁଟି କରିବାରୁ ସୁଯୋଗ ପାଇଥିବା ବେଳେ ସେ ସମୟରେ ମୋର ମହାଦେବ ଓ ଜଗତଜନନୀଙ୍କ ପ୍ରତ୍ୟକ୍ଷ ସେବା ପାଇଁ ଇଚ୍ଛା ଜାଗୃତ ହୋଇଥିଲା । ତେବେ ଚାକିରୀ ଜୀବନରେ ବ୍ୟସ୍ତତା ଯୋଗୁଁ ସେ ସମୟରେ ମୁଁ ଏହି ପ୍ରତ୍ୟକ୍ଷ ସେବା ପାଇଁ ସୁଯୋଗ ପାଇ ପାରି ନଥିଲି । ୨ ବର୍ଷ ହେବ ଆମେ ଏହି ଦେବ ବିବାହ ପାଇଁ ଆବେଦନ କରିଥିଲୁ ବୋଲି କନ୍ୟା ପିତା ବିନୋଦ ପଟେଲ କହିଛନ୍ତି ।

- Advertisement -

କନ୍ୟା ମାତା ବିନତା ନାୟକ କହିଛନ୍ତି ଯେ, ଆମର ୨ଟି ପୁତ୍ର ଥିବା ବେଳେ ଝିଅ ନ ଥିବାରୁ ଅନେକ ଦିନରୁ ପବିତ୍ର ଶୀତଳଷଷ୍ଠୀ ଉତ୍ସବରେ କନ୍ୟା ମାତାର ଦାୟିତ୍ୱ ନିର୍ବାହ କରିବାର ଇଚ୍ଛା ଥିଲା । ଘରର ଝିଅଙ୍କୁ ଯେଭଳି ବିବାହ କରାଯାଏ, ଠିକ ସେହିଭଳି ନିଜର ସାମର୍ଥ୍ୟ ଅନୁଯାୟୀ ଆମେ ଧୁମଧାମରେ ଏହି ବିବାହ ଉତ୍ସବରେ ସେବା କରିବୁ । ଶ୍ରୀ ଶ୍ରୀ ଜାଗେଶ୍ୱର ବାବା ଓ ମାତା ପାର୍ବତୀଙ୍କ କୃପାରୁ ଏହି ସୁଯୋଗ ମିଳିଥିବାରୁ ନିଜକୁ ଧନ୍ୟ ମନେ କରୁଛୁ ବୋଲି କନ୍ୟା ମାତା ବିନତା ନାୟକ କହିଛନ୍ତି ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories