www.samajalive.in
Monday, December 8, 2025
17.1 C
Bhubaneswar

ବିଜେପି ସଭାପତି ସମୀର ମହାନ୍ତିଙ୍କ ଦ୍ୱାରା ଅଖିମୁଠି ଅନୁକୁଳ

ଆଠଗଡ: ଭାରତୀୟ ଜନତା ପାର୍ଟୀ ରାଜ୍ୟ ସଭାପତି ସମୀର ମହାନ୍ତି ଆଠଗଡର ସମସରପୁରଠାରେ ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୁଳ କରିଛନ୍ତି। ଆଠଗଡ ବିଜେପି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ମହାନ୍ତି ପୂଜାର୍ଚ୍ଚନା କରିବା ପରେ ଅଖିମୁଠି ଅନୁକୁଳ କରିବା ସହ ହଳଲଙ୍ଗଳରେ ଚାଷ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ସଭାରେ ଉଦ୍‍ବୋଧନ ଦେଇ ଶ୍ରୀ ମହାନ୍ତି କେନ୍ଦ୍ରର ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧିନ ସରକାର କୃଷକଙ୍କ ବିକାଶ ଏବଂ କୃଷି ଉତ୍ପାଦନ ବୃଦ୍ଧି ପାଇଁ ବହୁ ସଫଳ ଯୋଜନା ପ୍ରଣୟନ କରିଛନ୍ତି ବୋଲି ପ୍ରକାଶ କରିଥିଲେ। ଓଡିଶାରେ ରାଜ୍ୟ ସରକାର କୃଷକଙ୍କ ପାଇଁ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଥିବାବେଳେ ବାସ୍ତବରେ କୃଷକଙ୍କ ଉନ୍ନତି ପାଇଁ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନେଉନାହାଁନ୍ତି। ୩୫% ଜମିକୁ ଜଳସେଚନ ଯୋଗାଇ ଦେବେ ବୋଲି ଦୀର୍ଘବର୍ଷ ଧରି କହିଆସୁଥିବାବେଳେ ରାଜ୍ୟସରକାର ଏବେ ସୁଦ୍ଧା ରାଜ୍ୟର ୧୦ପ୍ରତିଶତ ଜମିକୁ ଜଳ ଯୋଗାଇ ପାରିଲେ ନାହିଁ ବୋଲି ଶ୍ରୀ ମହାନ୍ତି କହିଥିଲେ।

ସ୍ଥାନୀୟ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ଉପସଭାପତି ରାମଚନ୍ଦ୍ର ପାତ୍ର, ଦଳର ମୁଖପାତ୍ର ଠାକୁର ରଞ୍ଜିତ ଦାସ, କୃଷକମୋର୍ଚ୍ଚା ଉପସଭାପତି ସୁରଞ୍ଜନ ମଙ୍ଗରାଜ, ରାଜ୍ୟ କୋଷାଧ୍ୟକ୍ଷ ବିଶ୍ୱଜିତ୍‍ ସ୍ୱାଇଁ, କୃଷକ ମୋର୍ଚ୍ଚା ନେତା ହୃଷିକେଶ ଜେନା, କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ପ୍ରଦୀପ ମହନ୍ତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭ୍ରାଂଶୁ ମୋହନ ପାଢୀ, ରାଜ୍ୟ ମହିଳା ମୋର୍ଚ୍ଚା ସଂପାଦିକା ରଶ୍ମିରେଖା ଦାସ, ଜିଲ୍ଲା ସଂପାଦକ ରାମନାରାୟଣ ମହାନ୍ତି, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶଙ୍କର୍ଷଣ ମହାନ୍ତି ପ୍ରମୁଖ ଯୋଗଦେଇ ଉଦ୍‍ବୋଧନ ଦେଇଥିଲେ। ଆଠଗଡର ବିଜେପି ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କୃଷକ ମୋର୍ଚ୍ଚା ସଂଯୋଜକ ପ୍ରଶାନ୍ତ କୁମାର ଗଣ୍ଠିଆ ନିଜ ଗ୍ରାମ ସମସରପୁରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories