www.samajalive.in
Monday, December 8, 2025
17.1 C
Bhubaneswar

ଜିଲାସ୍ତରୀୟ ଅକ୍ଷୟ ତୃତୀୟ ଦିବସ ପାଳିତ

ଫୁଲବାଣୀ: ଫୁଲବାଣୀ ବ୍ଲକ ଅନ୍ତର୍ଗତ ଆଲାମି ଗ୍ରାମ ପଞ୍ଝାୟତର ବନ୍ଧସାହି ରାଜସ୍ୱ ଗ୍ରାମଠାରେ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଦିବସ ତଥା କୃଷକ ଦିବସ -୨୦୨୨ ମହା ସମାରୋହରେ ପାଳିତ ହୋଯାଇଛି। ଏହି ଅବସରରେ ପବିତ୍ର ଅକ୍ଷୟ ତୃତୀୟା ଦିବସରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଅଖିମୁଠି ଅନୁକୂଳ କରି ଚଳିତ ବର୍ଷ ଅନୁକୂଳ ପାଗ ସହିତ ଧାନ ଫସଲ ଅଧିକ ଅମଳ ହେବା ପାଇଁ କାମନା କରିଥିଲେ। ବିଧାୟକ ପଦରେ ଥାଇ ବି ସେ ଚାଷ କାର୍ଯ୍ୟଜାରି ରଖିଛନ୍ତି ଯେତେବେଳେକି ଆଜିର ଯୁବ ଗୋଷ୍ଠୀ ଚାଷ କାର୍ଯ୍ୟକୁ ଅଣଦେଖା କରୁଛନ୍ତି ବୋଲି ସେ କହିଥିଲେ। ଯଦି ଚାଷୀଭାଇମାନେ ଚାଷକୁ ଗୁରୁତ୍ୱ ଦେବେ ରାଜ୍ୟ ତଥା ଦେଶରେ ଖାଦ୍ୟର ଅଭାବ କେବେବି ଦେଖାଦେବନି ବୋଲି ବିଧାୟକ କହିଥିଲେ। ତେବେ ଚାଷ ଓ ଚାଷୀ ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତ ଦେଇଥିଲେ। ସେହିପରି କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଶିବ ପ୍ରସାଦ ତ୍ରିପାଠୀ ଚାଷୀଭାଇମାନଙ୍କୁ ପ୍ରୋତ୍ସାହନ ଯୋଗାଇବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ। ଆଜିର ଯୁବଗୋଷ୍ଠୀ ଚାଷ ପ୍ରତି ବିମୁଖ ହେବାର କାରଣ ଓ ନିରାକରଣ ଉପରେ ସେ ଆଲୋଚନା କରିଥିଲେ। ତେବେ ଚାଷ ପାଇଁ ଅବଶ୍ୟକୀୟ ଯନ୍ତ୍ରପାତି ସହିତ ପାଣିର ସୁବିଧା କରିପାରିଲେ ରାଜ୍ୟ ତଥା ଦେଶର ଉନ୍ନତି ସମ୍ଭବ ହୋଇପାରିବ ବୋଲି ସେ କହିଥିଲେ।

ଫୁଲବାଣୀ ବ୍ଲକ ଅଧ୍ୟକ୍ଷା ସସ୍ମିତା କହଁର, ଫୁଲବାଣୀ ଜିଲ୍ଲା ପରିଷଦ ସଭ୍ୟା ଚନ୍ଦ୍ରମା କହଁର, ସ୍ଥାନୀୟ ସରପଞ୍ଝ ଭରତ କହଁର ଅକ୍ଷୟ ତୃତୀୟା ଓ ମୁଠି ଅନୁକୂଳ ଉପରେ ସମ୍ୟକ ଧାରଣା ଦେଇଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ମଞ୍ଜୁଳା ପ୍ରଧାନ ଅନିୟମିତ ବର୍ଷା ସହିତ ପ୍ରତିକୂଳ ଅବସ୍ଥା ଚାଷ କାର୍ଯ୍ୟରେ ବି ବାଧା ସୃଷ୍ଟି କରୁଛି ବୋଲି କହିଥିଲେ। କିନ୍ତୁ ମା’ମାନେ ଚାହିଁଲେ ଅବ୍ୟବହୃତ ପାଣିରେ ନିଜ ନିଜ ବାଡ଼ି ବଗିଚାରେ ନିଜ ନିଜ ପାଇଁ ପନି ପରିବା ଚାଷ କରିପାରିବେ। ଗର୍ଭିଣୀ ମା’ ମାନଙ୍କ ପାଇଁ ପୃଷ୍ଟିକର ଖାଦ୍ୟ ସେଥିରୁ ପାଇପାରିବେ ଯାହାକି ବାହାର ଖାଦ୍ୟରୁ ପାଇପାରିବେ ନାହିଁ। ଜଳ ବିଭାଜିକାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ତ୍ରିପାଠୀ ମଣିଷ ସମାଜ କିପରି ଜଳ, ଜମି, ଜଙ୍ଗଲ ଓ ଜନ୍ତୁ ଉପରେ ନିର୍ଭରଶୀଳ ତା’ ଉପରେ ଆଲୋଚନା କରିଥିବାବେଳେ ଉପ ନିର୍ଦ୍ଦେଶକ, ଉଦ୍ୟାନକୃଷି ମିହିର ସାମନ୍ତରାୟ ଏକ ମାସରୁ ଆରମ୍ଭକରି ଏକ ବର୍ଷ ମଧ୍ୟରେ ଅମଳ ହୋଇପାରୁଥିବା ଫସଲ ଉପରେ ଆଲୋଚନା କରିଥିଲେ। ତେବେ ମହିଳାମାନଙ୍କ ପାଇଁ ଥିବା ସରକାରଙ୍କ ପ୍ରୋତ୍ସାହନ ରାଶି ସହିତ ବିଭିନ୍ନପ୍ରକାର ଫସଲ ଓ ତା’ର ଲାଭାଂଶ ଉପରେ ସେ ଆଲୋଚନା କରିଥିଲେ।

- Advertisement -

ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ଜୀବନକୃଷ୍ନ ସାହୁ ପ୍ରାଣୀ ବିକାଶ ପାଇଁ ଥିବା ଯୋଜନା ଉପରେ ଆଲୋଚନା କରିଥିଲେ। ମୁଖ୍ୟ ବୈଜ୍ଞାନିକ ,ଶୁସ୍କାଞ୍ଝଳ କୃଷି ଗବେଷଣା କେନ୍ଦ୍ର , ଫୁଲବାଣୀ ଚାଷୀଭାଇମାନେ ସମନ୍ୱିତ ଚାଷ ପ୍ରଣାଳୀକୁ ଆପଣେଇବା ପାଇଁ ପରାମର୍ଶ ଦେଇଥିଲେ। କାରଣ ଗୋଟିଏ ପ୍ରକାର ଚାଷରେ ଜଣେ ଲାଭବାନ ହୋଇପାରିବ ନାହିଁ। ସବୁ ବିଭାଗର ପରାମର୍ଶରେ ସବୁ ପ୍ରକାରର ଚାଷ କଲେ ଦୁଇ ଗୁଣ ଲାଭ ହୋଇପାରିବ ବୋଲି ସେ କହିଥିଲେ। ନିର୍ବାହୀ ଯନ୍ତ୍ରୀ, କୃଷି, ଇଂ ରବୀନ୍ଦ୍ର କୁମାର ସାହୁ ଚାଷୀ ଭାଇମାନେ ଅଧିକ ଲାଭବାନ ହେବାକୁ ହେଲେ ଚାଷ କାର୍ଯ୍ୟରେ କୃଷି ଯନ୍ତ୍ରପାତି ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ସହକାରୀ ମତ୍ସ୍ୟ ଅଧିକାରୀ ପ୍ରଫୁଲ୍ଲ କୁମାର କହଁର ଧାନ ଚାଷ ପାଇଁ ଅନୁପଯୁକ୍ତ ଜମିରେ ପୋଖରୀ ଖୋଳି ମାଛ ଚାଷ କରି କିପରି ଅଧିକ ଲାଭବାନ ହୋଇପାରିବ ସେ ବିଷୟରେ ଆଲୋଚନା କରିଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଅନୀଲ ପ୍ରହରାଜ ପ୍ରାରମ୍ଭିକ ସଂଭାଷଣ ଦେଇଥିବାବେଳେ ବ୍ଲକ କୃଷି ଅଧିକାରୀ ହେମନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେଏବଂ ଡା. ଅଳକା ପଟ୍ଟନାୟକ ସଭା ପରିଚାଳନା କରିଥିଲେ।ଆଜିର ଏହି କୃଷକ ଦିବସରେ ସ୍ଥାନୀୟ ବହୁ ଚାଷୀ ଏବଂ ସରକାରୀ ପଦାଧିକାରୀ ଯୋଗ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories