www.samajalive.in
Tuesday, December 9, 2025
17.1 C
Bhubaneswar

ସ୍ବାଧୀନତା ଦିବସରେ ପ୍ରତ୍ୟେକ ରେଳ କର୍ମଚାରୀଙ୍କ ଘରେ ଉଡ଼ିବ ତ୍ରିରଙ୍ଗା

ଗୋରଖପୁର: ଚଳିତ ବର୍ଷ ସ୍ବାଧୀନତା ଦିବସରେ ରେଳ ଆବାସଗୁଡ଼ିକର ଦୃଶ୍ୟ କିଛି ଭିନ୍ନ ହେବ। ପ୍ରତ୍ୟେକ ରେଳକର୍ମୀଙ୍କ ଘରେ ତ୍ରିରଙ୍ଗା ଉଡ଼ିବ। ଏହି ପରିପ୍ରେକ୍ଷୀରେ ରେଳବାଇ ବୋର୍ଡ଼ ସମସ୍ତ ରେଳ ଜୋନକୁ ନିର୍ଦେଶାବଳୀ ପଠାଇଛନ୍ତି ଓ ଏହାପରେ ରେଳବାଇ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି।

ରେଳ ମନ୍ତ୍ରଣାଳୟ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସ୍ବାଧୀନତାର ଅମୃତ ମହୋତ୍ସବ ଅଧୀନରେ ‘ପ୍ରତ୍ୟେକ ଘରେ ପତାକା’ ଅଭିଯାନ ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ୧୦ ଲକ୍ଷ ରେଳ କର୍ମଚାରୀଙ୍କ ବାସଭବନ ଜାତୀୟ ପତାକା ଉଡ଼ାଇବାକୁ ପ୍ରସ୍ତୁତି ଚାଲିଛି। ଏ ସମ୍ବନ୍ଧରେ ରେଳବାଇ ବୋର୍ଡ଼ର ନିର୍ଦେଶକ ଏଷ୍ଟାବ୍ଲିଶମେଣ୍ଟ(ଜେନେରାଲ) ହରିଶଚନ୍ଦ୍ର ସମସ୍ତ ରେଳବାଇ ଜୋନର ମହାପ୍ରବନ୍ଧକ, ଆରଡିଏସଓ, ମେଟ୍ରୋ ତଥା ସେଣ୍ଟ୍ରାଲାଇଜ୍‌ଡ ଟ୍ରେନିଂ ଇନଷ୍ଟିଚ୍ୟୁଟକୁ ଚିଠି ଲେଖି ଏହି ଅଭିଯାନକୁ ସମସ୍ତ ରେଳ କର୍ମଚାରୀଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାକୁ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ରେଳ କର୍ମଚାରୀମାନେ ଏହାକୁ ପାଳନ କରିବା ସହ ନିଜ ଆଖପାଖ ଲୋକଙ୍କୁ ଘରେ ପତାକା ଲଗାଇବାକୁ ଉତ୍ସାହିତ କରନ୍ତୁ।

- Advertisement -

ଉତ୍ତର ପୂର୍ବାଞ୍ଚଳ ରେଳବାଇର ଜନସମ୍ପର୍କ ଅଧିକାରୀ ପଙ୍କଜ କୁମାର ସିଂହ କହିଛନ୍ତି ଯେ, ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ଏହି କ୍ରମରେ, ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସର ୭୫ ତମ ପୂର୍ତ୍ତି ପାଳନ କରିବା ପାଇଁ ପ୍ରତ୍ୟେକ ଘରେ ପତାକା ଉତ୍ତୋଳନ କରିବାକୁ ଲୋକଙ୍କୁ ସଚେତନ କରାଯାଉଛି।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories