www.samajalive.in
Monday, December 8, 2025
27.1 C
Bhubaneswar

ପୋଖରୀରେ ବସାଯାଇଥିବା ମାଛ ଜାଲରେ ପଡିଲା ମଗର

ଖୁଣ୍ଟା : ଖୁଣ୍ଟା ବ୍ଲକ ଭୋଳଗଡ଼ିଆ ପଞ୍ଚାୟତର ନୂଆଗାଁ ବନ୍ଧ ପୋଖରୀରେ ମାଛ ଧରିବାକୁ ବସାଯାଇଥିବା ଜାଲରେ ଏକ ମଗର ଧରା ପଡିଛି। ଉକ୍ତ ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି । ଗ୍ରାମବାସୀ ମଗରକୁ ନେଇ ନିକଟସ୍ଥ ଉଦଳା ରେଞ୍ଜ ଅଧୀନ ନୂଆଗାଁ ବନ ବିଭାଗ କାର୍ଯ୍ୟାଳୟରେ ପହଞ୍ଚାଇଛନ୍ତି। ମଗରର ଲମ୍ବ ୫ଫୁଟରୁ ଅଧିକ ହେବ। ଅନତି ଦୂରରେ ଶିମିଳିପାଳ ଅଭୟାରଣ୍ୟର ବଫର ଅଞ୍ଚଳ ଆରମ୍ଭ ହୋଇଥିବା ବେଳେ ଉକ୍ତ ବନ୍ଧ ନିକଟରେ କୌଣସି ନଦୀ କିମ୍ବା ନାଳ ନଥିବାରୁ ମଗର ସେଠାକୁ କେମିତି ଆସିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖବର ପାଇ ଉଦଳାରୁ ବିଭାଗୀୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ମଗରର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ ତାକୁ କୌଣସି ସୁରକ୍ଷିତ ସ୍ଥାନରେ ଛାଡିଦିଆଯିବ ବୋଲି ବାରିପଦା ଡିଏଫଓ କହିଛନ୍ତି। ଉକ୍ତ ବନ୍ଧରେ ଆଉ ମଗର ଜାତୀୟ କୁମ୍ଭୀର ଅଛନ୍ତି କି ନାହିଁ ତାହା ବନ ବିଭାଗ ସ୍ପଷ୍ଟ କରିବାକୁ ଦାବି ହେଉଛି। ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଯାଇଥିବା ବେଳେ ଗ୍ରାମବାସୀ କୁମ୍ଭୀର ବନ ବିଭାଗ ଗାଡିକୁ ଯିବାକୁ ନ ଦେବାରୁ ବନ ବିଭାଗ ଖୁଣ୍ଟା ପୁଲିସର ସହାୟତା ନେଇଛନ୍ତି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories