www.samajalive.in
Wednesday, December 10, 2025
18.1 C
Bhubaneswar

କୋଲ୍‍ ଇଣ୍ଡିଆର ରେକର୍ଡ କୋଇଲା ଉତ୍ତୋଳନ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ କୋଇଲା କମ୍ପାନୀ କୋଲ୍‍ ଇଣ୍ଡିଆ ଚଳିତ ବର୍ଷ ଏପ୍ରିଲ ମାସରେ ରେକର୍ଡ ପରିମାଣ କୋଇଲା ଉତ୍ତୋଳନ କରିଛି। ସେହି ମାସରେ ଦେଶରେ ମୋଟ ୬୬୧.୫୪ ଲକ୍ଷ ଟନ୍‍ କୋଇଲା ଉତ୍ତୋଳନ ହୋଇଥିବା କୋଇଲା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କୋଲ୍‍ ଇଣ୍ଡିଆ ଏବଂ ତାହାର ସହଯୋଗୀ କମ୍ପାନୀଗୁଡିକ ମୋଟ ୫୩୪.୭ ଲକ୍ଷ ଟନ୍‍ କୋଇଲା ଉତ୍ତୋଳନ କରିଛନ୍ତି। ଅନ୍ୟପକ୍ଷରେ ସିଙ୍ଗାରେଣି କୋଲିଆରିଜ୍‍ କମ୍ପାନୀ ଲିମିଟେଡ ଏବଂ ବିଭିନ୍ନ କମ୍ପାନୀର ନିଜସ୍ୱ ଖଣିରୁ ଉତ୍ତୋଳନ ପରିମାଣ ଯଥାକ୍ରମେ ୫୩.୨୩ ଲକ୍ଷ ଟନ୍‍ ଏବଂ ୭୩.୬୧ ଲକ୍ଷ ଟନ୍‍ ରହିଛି। ସେହିଭଳି ଚଳିତ ବର୍ଷ ଏପ୍ରିଲରେ ମୋଟ ୭୦୮.୬୮ ଲକ୍ଷ ଟନ୍‍ କୋଇଲା ବ୍ୟବହାର ଉଦ୍ଦେଶ୍ୟରେ ଉଠାଣ କରାଯାଇଛି। କେବଳ ତାପଜ ଶକ୍ତି କ୍ଷେତ୍ରକୁ କୋଇଲା ଯୋଗାଣ ଏପ୍ରିଲରେ ୬୧୭.୨ ଲକ୍ଷ ଟନ୍‍ରେ ପହଞ୍ଚିଛି। କୋଇଲା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ କୋଲ୍‍ ଇଣ୍ଡିଆ ଚଳିତ ବର୍ଷ ଏପ୍ରିଲରେ ତାହାର ଉତ୍ତୋଳନ ଲକ୍ଷ୍ୟ ୫୩୪.୭ ଲକ୍ଷ ଟନ୍‍ ହାସଲ କରିବା ସହିତ ୬.୦୨% ଅଭିବୃଦ୍ଧି ହାସଲ କରିଛି।

ପୂର୍ବରୁ ୨୦୧୯ ଏପ୍ରିଲରେ ଏହି କମ୍ପାନୀ ୪୫୦.୨୯ ଲକ୍ଷ ଟନ୍‍ କୋଇଲା ଉତ୍ତୋଳନ କରି ରେକର୍ଡ ସ୍ଥାପନ କରିଥିଲା। ସେହିଭଳି ୨୦୨୧-୨୨ ବର୍ଷରେ ଦେଶରେ ମୋଟ ୭୭୭୦.୨୩ ଲକ୍ଷ ଟନ୍‍ କୋଇଲା ଉତ୍ତୋଳନ କରାଯାଇଥିବାବେଳେ ୨୦୨୦-୨୧ରେ ଉତ୍ତୋଳନ ପରିମାଣ ୭୧୬୦ ଲକ୍ଷ ଟନ୍‍ ରହିଥିଲା। ୨୦୨୦-୨୧ରେ ଦେଶରେ ମୋଟ ୬୯୦୦.୭୧ ଲକ୍ଷ ଟନ୍‍ କୋଇଲା ବିଭିନ୍ନ ସ୍ଥାନକୁ ଯୋଗାଇ ଦିଆଯାଇଥିବା ବେଳେ ୨୦୨୧-୨୨ରେ ମୋଟ ୮୧୮୦.୦୪ ଲକ୍ଷ ଟନ୍‍ କୋଇଲା ଯୋଗାଇ ଦିଆଯାଇଛି। ସେଥିରେ ୧୮.୪୩% ବୃଦ୍ଧି ଘଟିଛି କେବଳ କୋଲ୍‍ ଇଣ୍ଡିଆ ୨୦୨୧-୨୨ରେ ୬୬୧୦.୮୫ ଲକ୍ଷ ଟନ୍‍ କୋଇଲା ଯୋଗାଇ ଦେଇଥିବା ଜଣାଯାଇଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories