www.samajalive.in
Friday, December 12, 2025
19.1 C
Bhubaneswar

ଗଞ୍ଜାମ ମହାବିଦ୍ୟାଳୟ ପୂରାତନ ଛାତ୍ରସଂଘ କାର୍ଯ୍ୟକାରୀ କମିଟି ବୈଠକ

ଗଞ୍ଜାମ: ଗଞ୍ଜାମ ମହାବିଦ୍ୟାଳୟର ପୂରାତନ ଛାତ୍ରସଂଘ କାର୍ଯ୍ୟକାରୀ କମିଟି ଏକ ବୈଠକ ତ୍ରିବେଣୀ ମଠ ଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ବିନୋଦ କୁମାର ପାଢ଼ୀଙ୍କ ସଭାପତିତ୍ୱରେ ଏହି ବୈଠକ ହୋଇଥିଲା । ମୁଖ୍ୟତଃ ଭାବେ ଆଗାମୀ ଦିନରେ ମହାବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କିଭଳି କରାଯିବ ତାହାର କାର୍ଯ୍ୟକ୍ରମକୁ କେତଦିନ ଓ କେଉଁଭଳି ହେବ ସେଥିପାଇଁ ଏକ ସାଧାରଣ ପରିଷଦ ବୈଠକ ଆଗାମୀ ଜୁନ ମାସ ୨୬ତାରିଖରେ କରିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହା ସହିତ ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମରେ ଲୋକଙ୍କ ଠାରୁ କିଭଳି ଫଣ୍ଡ ସଂଗ୍ରହ କରାଯିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା । ମହାବିଦ୍ୟାଳୟ ଭିତ୍ତିଭୂମିର ଉନ୍ନତି କିଭଳି କରାଯିବ ସମ୍ପର୍କରେ ଆଲୋଚନା କରାଯଇଥିଲା । ଏହି ବୈଠକରେ ଆବାହକ ପ୍ରାଧ୍ୟପକ ଅମର ପ୍ରସାଦ ବିଶୋଇ, ଉପ ସଭାପତି ଡି ସୀମାଲୀ, ସମ୍ପାଦକ ଦିଲ୍ଲୀପ ପଟ୍ଟନାୟକ, ଉପଦେଷ୍ଟା ଲିଙ୍ଗରାଜ ପଟ୍ଟନାୟକ, ବିଶ୍ଵନାଥ ଦାସ, ପ୍ରମୋଦ କୁମାର ଦାସ, ମଙ୍ଗରାଜ ପଣ୍ଡା, ବିନୋଦ ମହାପାତ୍ର, ସମେତ ସଦସ୍ୟ ଶବର କୁମାର ତାରାଇ ପ୍ରମୁଖ ଉପସ୍ଥିତ ରହିଥିଲେ ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories