www.samajalive.in
Thursday, December 11, 2025
27.1 C
Bhubaneswar

ମଧ୍ୟପ୍ରଦେଶରେ ଗଠନ ହେବ ଗୋ-ମନ୍ତ୍ରାଳୟ

ଭୋପାଳ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଚଳିତ ଥର ଗୋ ସୁରକ୍ଷା ଏକ ରାଜନୈତିକ ପ୍ରସଙ୍ଗ ହୋଇଛି। ଏହି କ୍ରମରେ ଶାସନକୁ ଆସିଲେ ରାଜ୍ୟ ବ୍ୟାପୀ ଗୋଶାଳା ନିର୍ମାଣ କରିବ ବୋଲି କଂଗ୍ରେସ ଘୋଷଣା କରିଥିବାବେଳେ ଶାସକ ବିଜେପି ଗୋ ମନ୍ତ୍ରାଳୟ ଗଠନ କରିବ ବୋଲି ଘୋଷଣା କରିଛି। ରବିବାର ମଧ୍ୟପ୍ରଦେଶର ଦୁଇଟି ପୃଥକ ପୃଥକ ରାଲିରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ଏହି ଘୋଷଣା କରିଛନ୍ତି। ଖଜୁରାହୋର ଏକ କାର୍ଯ୍ୟକ୍ରମରେ ଲୋକଙ୍କୁ ସମ୍ବୋଧିତ କରି ଶିବରାଜ କହିଛନ୍ତି ଯେ ପ୍ରଦେଶରେ ଗୋରକ୍ଷା ବୋର୍ଡ ଗଠନ ହୋଇଛି। ଏହି ବୋର୍ଡକୁ ମନ୍ତ୍ରାଳୟକୁ ପରିବର୍ତ୍ତନ କରି ଏକ ପୂର୍ଣ୍ଣ ଗୋ-ମନ୍ତ୍ରାଳୟ ଗଠନ କରିବାକୁ ଯୋଜନା କରୁଛୁ। ସାଗର ଜିଲାରେ ଏକ ସାଧାରଣ ସଭାରେ ଉଦ୍‍ବୋଧନ ଦେଇ ଶିବରାଜ କହିଥିଲେ ଯେ ଏବେ ଗୋ-ମନ୍ତ୍ରାଳୟ ଗଠନ କରାଯିବ। ଏହାଦ୍ୱାରା ଗୋମାତା ଏବଂ ଗୋବଂଶର ସୁରକ୍ଷା ହୋଇପାରିବ। ଏହାସହ ବିଜେପି ପ୍ରଦେଶର ବିଭିନ୍ନ ସ୍ଥାନରେ ଗୋଶାଳା ନିମୟାର କରିବ ବୋଲି ସେ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଶିବରାଜଙ୍କ ଏହି ଘୋଷଣା ପୂର୍ବରୁ ରାଜ୍ୟରେ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ପାଇଥିବା ସ୍ୱାମୀ ଅଖିଳେଶ୍ୱରନନ୍ଦ ଗୋ ମନ୍ତ୍ରାଳୟ ଗଠନ ପାଇଁ ଦାବି କରିଥିଲେ। ସ୍ୱାମୀ ଅଖିଳେଶ୍ୱରନନ୍ଦଙ୍କ ଏହି ଦାବିକୁ ଜନସମର୍ଥନ ମିଳିବା ପରେ ଶାସନକୁ ଆସିଲେ କଂଗ୍ରେସ ରାଜ୍ୟର ପ୍ରତି ପଞ୍ଚାୟତରେ ଗୋଶାଳା ନିର୍ମାଣ କରିବ ବୋଲି ସେପ୍ଟେମ୍ବର ୨ରେ ଘୋଷଣା କରିଥିଲା। ଏବେ ବିଜେପି ପକ୍ଷରୁ ଗୋ ମନ୍ତ୍ରାଳୟ ଗଠନ ନେଇ ଘୋଷଣା ହୋଇଛି। ଫଳରେ ମଧ୍ୟପ୍ରଦେଶରେ ଗୋ ସୁରକ୍ଷା ଏକ ରାଜନୈତିକ ପ୍ରସଙ୍ଗ ପାଲଟିଛି।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories