www.samajalive.in
Tuesday, December 9, 2025
16.1 C
Bhubaneswar

ମାଟ୍ରିକ ଦେଲେ ମା’ ପୁଅ

ଜୟପୁର: କୋରାପୁଟ ଜିଲା ଜୟପୁରରେ ଆଜି ମା’ ଓ ପୁଅ ମାଟ୍ରିକ ପରୀକ୍ଷା ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମା’ ଜ୍ୟୋସ୍ନାରାଣି ପାଢୀ (୩୬) ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଉଥିବା ବେଳେ ପୁଅ ଆଲୋକ ନାଥ ପାତ୍ର ପୂଜାରୀପୁଟ ହାଇସ୍କୁଲରେ ପରୀକ୍ଷା ଦେଉଛନ୍ତି। ଜ୍ୟୋସ୍ନାଙ୍କ ଘର ଜୟପୁର ବ୍ଲକ ଅନ୍ତର୍ଗତ ଜୟନ୍ତିଗିରି ପଞ୍ଚାୟତର ପୂଜାରୀପୁଟରେ। ମନରେ କୌଣସି ଦ୍ବିଧା ନ ରଖି ପରୀକ୍ଷା ଦିଅନ୍ତୁ ବୋଲି ଜ୍ୟୋସ୍ନା ଅନ୍ୟମାନଙ୍କୁ ଆହ୍ୱାନ ଦେଇଛନ୍ତି। ଘର କାମ ସରିଲା ପରେ ରାତି ସେ ପାଠ ପଢୁଥିଲେ। ପାଠ ପଢିବା ପାଇଁ ବୟସର ଆବଶ୍ୟକତା ନାହିଁ। ତେଣୁ ଯେଉଁମାନେ ମାଟ୍ରିକ ପାସ ହୋଇନାହାନ୍ତି ସେମାନେ ପରୀକ୍ଷା ଦିଅନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି। ପରୀକ୍ଷା ଦେବା ପାଇଁ ପରିବାର ଲେକେ ସାହାଯ୍ୟ କରୁଥିବା କହିଛନ୍ତି ଜ୍ୟୋତ୍ସ୍ନା। ଜ୍ୟୋସ୍ନ ଘରେ ଥିବାବେଳେ ଥରେ ମାଟ୍ରିକ ଫେଲ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ପରିବାର ଲୋକେ ତାଙ୍କୁ ବାହା କରି ଦେଇଥିଲେ। ଲକଡାଉନ ପାଇଁ ୨ବର୍ଷ ପରୀକ୍ଷା ବନ୍ଦ ହୋଇଥିଲା। ଅନଲାଇନରେ ପୁଅ ପଢୁଥିଲେ। ପୁଅର ପାଠପଢା ଦେଖି ମା’ ମଧ୍ୟ ଖୁସି ପ୍ରକଟ କରି ଡିଷ୍ଟାନ୍ସ ମୋଡରେ ପରୀକ୍ଷା ଦେବା ପାଇଁ ମନ ବଳାଇ ଫର୍ମ ପୂରଣ କରିଥିଲେ। ଆଜି ପ୍ରଥମ ଦିନର ପରୀକ୍ଷା ମା’ ଓ ପୁଅ ଭଲ କରିଛନ୍ତି। ଆସନ୍ତା ସୋମବାର ଗଣିତ ପରୀକ୍ଷା ରହିଛି, ସେଥିପାଇଁ ମା ଓ ପୁଅ ମିଶି ନିଜକୁ ପ୍ରସ୍ତତ କରୁଥିବା ଜଣାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories