www.samajalive.in
Monday, December 8, 2025
24.1 C
Bhubaneswar

ସାଦା ପୋଷାକକୁ ସୁନ୍ଦର ଓଢ଼ଣି

ଏବେ ପୋଷାକ ଅପେକ୍ଷା ଫେସନ୍‌ରେ ଓଢଣିକୁ ଗୁରୁତ୍ବ ଦିଆଯାଉଛି। ପୋଷାକର କପଡା ସାଦାସିଧା ରହୁଥିବା ବେଳେ ଓଢଣି ଏହାକୁ ସୁନ୍ଦର ଦେଖାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଜାଣନ୍ତୁ, କେଉଁ ଡିଜାଇନ୍‌ର ଓଢଣି କେମିତି ବ୍ୟବହାର କରିବେ-
ପଟୋଲା ସିଲ୍କ
ଏହା ଯେମିତି ସୁନ୍ଦର ଦେଖାଯାଏ, ସେତିକି ଦାମିକା ମଧ୍ୟ। ବଲିଉଡ୍‌ ଅଭିନେତ୍ରୀ କିରଣ ଖେର୍‌ ଏହି ଡିଜାଇନ୍‌ର ଓଢଣିକୁ ଭାରି ପସନ୍ଦ କରନ୍ତି। ଏପରି ଓଢଣିଟିଏ ପାଖରେ ରଖିଲେ ଲେହଙ୍ଗା ହେଉ କି ସୁଟ୍‌- ସବୁଥିରେ ବ୍ୟବହାର କରିପାରିବେ।

ଇକ୍କତ ଓଢ଼ଣି
ଖୁବ୍‌ ସୁନ୍ଦର ପ୍ରିଣ୍ଟ ରହିଥିବା ଏହି ଓଢଣି ଫେସନ୍‌ରେ ଅତୁଳନୀୟ। ଏମିତି ଗୋଟିଏ ଓଢଣି ଆପଣଙ୍କ ରୂପକୁ ପୂର୍ଣ୍ଣ ସୌନ୍ଦର୍ୟ୍ୟ ପ୍ରଦାନ କରିପାରିବ। ଯେକୌଣସି ପ୍ରକାର ସୁଟ୍‌ ପିନ୍ଧିଥିଲେ ବି ଏହା ତା’ର ଢାଞ୍ଚା ବଦଳାଇ ଦେଇପାରେ।

- Advertisement -

ବାନ୍ଧଣି ଷ୍ଟାଇଲ
ରାଜସ୍ଥାନ ଏବଂ ଗୁଜରାଟରେ ସାଧାରଣତଃ ଏହି ଡିଜାଇନ୍‌ର ଓଢଣି ବ୍ୟବହାର କରାଯାଇଥାଏ। ଯଦି ସିଲ୍କର ଏକ ବାନ୍ଧଣି ଓଢଣି ନିଜ ପାଖରେ ରଖନ୍ତି, ତେବେ ଏହାକୁ ଛାଡି ଆଉ କୌଣସି ଓଢଣି ପକାଇବାକୁ ମନ ହେବନି। ବାନ୍ଧଣିର ସାଦା ଓଢଣିଟିଏ ବି ରାଜକୀୟ ସୌନ୍ଦର୍ୟ୍ୟ ଦେଇଥାଏ।

ସିଲ୍କ ଓଢଣି
ଯଦି ଆପଣଙ୍କ ପାଖରେ ସିଲ୍କ ସୁଟ୍‌ କିମ୍ବା ଶାଢି ନାହିଁ ଏବଂ ଏ ବାବଦରେ ଅଧିକ ଖର୍ଚ୍ଚ କରିବାକୁ ଇଚ୍ଛା କରୁନାହାନ୍ତି, ତେବେ ଏକ ସିଲ୍କ ଓଢଣି ନିଶ୍ଚୟ କିଣନ୍ତୁ। ଏହା ଆପଣଙ୍କ ବଜେଟ୍‌କୁ ସୁହାଇବା ସହିତ ଯେକୌଣସି ସ୍ଥାନକୁ ଏହି ଓଢଣି ପକାଇ ଯାଇପାରିବେ। ଏହି ଓଢଣି ପକାଇବା ଲାଗି ବୟସ ବି ମାପକାଠି ହୋଇନଥାଏ, ବରଂ ଏହା ଏକ ସମ୍ଭ୍ରାନ୍ତ ରୂପ ପ୍ରଦାନ କରେ।

 

ଫ୍ଲୋରାଲ ଡିଜାଇନ୍‌
ଏହି ଓଢଣି ପଞ୍ଜାବୀ ଷ୍ଟାଇଲରେ ସଜାଇଦିଏ। ଫ୍ଲୋରାଲ ଡିଜାଇନ୍‌ରେ ଓଢଣି ସହିତ ଶାଢି, ସୁଟ୍‌, ପ୍ୟାଣ୍ଟ, ଜୋତା ଆଦି ଏକାଧିକ ବିକଳ୍ପ ଆପଣଙ୍କ ହାତପାଆନ୍ତାରେ ରହିଛି। କାର୍ୟ୍ୟାଳୟ ସହିତ କୌଣସି ପାର୍ଟିକୁ ମଧ୍ୟ ଏହି ଓଢଣି ପକାଇ ଯାଇପାରିବେ।
କାଶ୍ମୀରୀ ଓଢ଼ଣି
ସାଧାରଣତଃ କାଶ୍ମୀରୀ ଫେସନ୍‌ କହିଲେ ଲୋକେ କେବଳ ପଶ୍‌ମିନା ଶାଲ୍‌ ଏବଂ ସୁଟ୍‌ ବାବଦରେ ଭାବିଥାନ୍ତି। ହେଲେ, କାଶ୍ମୀରୀ କଳାକୃତି ଥିବା ଓଢଣି ପଶ୍‌ମିନା ଶାଲଠାରୁ ମଧ୍ୟ ସୁନ୍ଦର ଦେଖାଯାଏ। ଏହାକୁ ଆପଣ ଯେକୌଣସି ସୁଟ୍‌ ସହିତ ପିନ୍ଧିପାରିବେ। ବିଶେଷକରି ସାଦା ସୁଟ୍‌ରେ ଏହି ଓଢଣିର ସୌନ୍ଦର୍ୟ୍ୟ ନିଆରା।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories