www.samajalive.in
Wednesday, December 10, 2025
26.1 C
Bhubaneswar

ଆଗଲପୁରରେ ଲଘୁ ଖଣିଜ ଦ୍ରବ୍ୟର ଚୋରା କାରବାର ବଢି ଚାଲିଥିବା ଅଭିଯୋଗ- ତହସିଲଦାରଙ୍କ ନେତୃତ୍ୱରେ ଚଢଉ, ଜରିମାନା ଆଦାୟ

ଆଗଲପୁର – ବଲାଙ୍ଗିର ଜିଲା ଆଗଲପୁର ତହସିଲରେ ଲଘୁ ଖଣିଜ ଦ୍ରବ୍ୟ ବାଲି, ପଥର ଓ ମୋରମର ବେଆଇନ କାରବାର ଦିନକୁ ଦିନ ବଢିବାରେ ଲାଗିଛି । ତହସିଲ କର୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଅସାଧୁ ଲୋକେ ଚୋରା କାରବାରରେ ଲାଗିପଡିଥିବା ଅଭିଯୋଗ ହୋଇଛି । ବେଳେ ବେଳେ ଚଢଇ କରାଯାଉଥିଲେ ମଧ୍ୟ ଚୋର କାରବାର ତା ବାଟରେ ଚାଲିଛି । କିନ୍ତୁ ଯେଉଁ ଭଳି ଭାବେ ଚୋରା କାରବାର ବଢିଛି ତାକୁ ଦେଖିଲେ ଚଢଉ ସେଭଳି ହେଉ ନଥିବା ଚର୍ଚ୍ଚା ହେଉଛି ।

ଆଗଲପୁର ବ୍ଲକ ଅନ୍ତର୍ଗତ ରୋତ, ଫଟାମୁଣ୍ଡା, ଡୁଡୁକାମୁଣ୍ଡା ଗାଁରୁ ଚୋରା ଚାଲାଣ ହେଉଥିବା ବାଲି ବୋଝେଇ ଟ୍ରାକ୍ଟରଗୁଡ଼ିକୁ ତହସିଲ ବିଭାଗର ଏକ ସ୍ୱତନ୍ତ୍ର ଦଳ ଓଡି୦୩ଡି ୫୧୦୧, ଓଡି ୦୩ୟୁ ୭୬୮୯, ଓଡି୦୩ଡି ୨୩୮୬, ଓଡି୧୭ଇ ୩୫୧୭ ନମ୍ବର ଟ୍ରକ୍ଟରକୁ ଜବତ କରିଥିଲେ । ଆଗଲପୁର ତହସିଲଦାର ସୁଚିତା ପୁଷ୍ପା ନିଜେ ଟିମ୍‌ ସହ ଯାଇ ବାଲି ବୋଝେଇ ଟ୍ରାକ୍ଟରରୁ ୨୫ହଜାର ଟଙ୍କା ଓ ପଥର ବୋଝେଇ ଟ୍ରାକ୍ଟରରୁ ୩୦ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି । ତେବେ ଏହି କାରବାରରେ ବହୁ ପେଶାଦାର ଲୋକଙ୍କର ହାତ ରହିଥିବା ସୂଚନା ମିଳିଛି । ଯେଉଁମାନେ ନିୟମିତ ଭାବେ ବାଲି, ପଥର, ମୋରମ ଚାଲାଣ କରୁଛନ୍ତି । ପ୍ରତିଦିନ ୫ରୁ ୧୦ଟି ଟ୍ରାକ୍ଟରରେ ଚୋରା କାରବାର ଚାଲୁଛି । ଅନେକ ଗାଡିର କାଗଜପତ୍ର ନଥିବା ବେଳେ ଲଘୁ ଖଣିଜ ଦ୍ରବ୍ୟ ନେବାର ଅନୁମତି ବି ନାହିଁ । ତେଣୁ ଆଗାମୀ ଦିନରେ ତହସିଲ କର୍ତୃପକ୍ଷ ନିୟମିତ ଚଢଉ କଲେ ଅଧିକ ରାଜସ୍ୱ ଆଦାୟ କରିବା ସହ ଚୋରା କାରବାର କିଭଳି ଆଗଲପୁର ତହସିଲରେ କମି ପାରିବ ସେ ଉପରେ ଦୃଷ୍ଟି ଦେବାକୁ ଦାବି ହେଉଛି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories