www.samajalive.in
Wednesday, December 10, 2025
18.1 C
Bhubaneswar

କିଛି ଲୁଚାଇବାକୁ ଚାହୁଁଛନ୍ତି ସରକାର: ଅପରାଜିତା

ଭୁବନେଶ୍ୱର: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ବହୁ ଘାତ ପ୍ରତିଘାତ ଓ ଅବରୋଧ ପରେ ମହାପ୍ରଭୁଙ୍କ ଦର୍ଶନ କରିଛୁ । ଭୁବନେଶ୍ୱରରୁ ପୁରୀରେ ପହଞ୍ଚିବା ଯାଏ ବହୁ ଅବରୋଧ କରାଗଲା ।  ଅବରୋଧ ପାଇଁ ସରକାରୀ କର୍ମଚାରୀଙ୍କୁ ଦୋଷ ଦେବିନାହିଁ । କାରଣ ସରକାରଙ୍କ ନିର୍ଦେଶରେ ଅଧିକାରୀ ମାନେ କାମ କରନ୍ତି । ସରକାର ଯଦି ଠିକ୍‌ କାମ ଓ ଆଇନ୍‌ ଅନୁଯାୟୀ କାମ କରୁଥାନ୍ତେ ଆଜି ଅବରୋଧ କରିବାକୁ ପଡ଼ିନଥାନ୍ତା ।

ତାହାଛଡ଼ା ଅପରାଜିତା ସରକାରଙ୍କୁ ସତ ମାର୍ଗରେ ରହିବାକୁ ଶିଖନ୍ତୁ ବୋଲି କହିଛନ୍ତି । ଯଦି ସରକାର ସଦ୍‌ମାର୍ଗରେ ରହିଥାଆନ୍ତେ ତେବେ କାହାକୁ ଡରିବାର ଆବଶ୍ୟକ ପଡ଼ିନଥାନ୍ତା  । ଏହି ଅବରୋଧରୁ ସ୍ପଷ୍ଟ ଅନୁମାନ କରାଯାଉଛି ସରକାର କିଛି ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ଆଇନ୍‌ ବାଟ ଅନୁସାରେ ସରକାରଙ୍କୁ ସତ୍‌ ମାର୍ଗରେ ଚାଲିବାକୁ ହେବ ବୋଲି ସେ କହିଛନ୍ତି । ଏଥି ସହିତ ଗଜପତି ମହାରାଜ ଶ୍ରୀମନ୍ଦିର ଉପରେ ରଖିଥିବା ପ୍ରତିକ୍ରିୟାକୁ ମଧ୍ୟ ସାଂସଦ ଅପରାଜିତା ଉଠାଇଛନ୍ତି । ସେ କହିଛନ୍ତି ମନ୍ଦିର ସୁରକ୍ଷିତ ଅଛିକି ନାହିଁ ଏଏସଆଇ ବା ଇଞ୍ଜିନିୟର କହିବେ । ମାମଲା ବର୍ତ୍ତମାନ ହାଇକୋର୍ଟରେ ରହିଛି । କୋର୍ଟଙ୍କ ଉପରେ ପୂର୍ଣ୍ଣ ଭରସା ରହିଛି । ଯାହା କୋର୍ଟ ନିଷ୍ପତ୍ତି ନେବେ ତାହା ସଠିକ ରହିବ ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories