www.samajalive.in
Tuesday, December 9, 2025
17.1 C
Bhubaneswar

ବିଚାରାଧୀନ ମାମଲା ଫଇସଲା ତ୍ୱରାନ୍ୱିତ ହେବା ଉଚିତ୍‍: ଜଷ୍ଟିସ୍‍ ନବୀନ୍‍ ସିହ୍ନା

କଟକ : ଦୀର୍ଘଦିନ ଧରି ଅଦାଲତରେ ମାମଲାଗୁଡିକ ପଡିରହୁଥିବାରୁ ନ୍ୟାୟପାଳିକା ସାଧାରଣ ଲୋକଙ୍କ ଆସ୍ଥାଭାଜନ ହୋଇପାରୁନାହିଁ। ଅଦାଲତରେ ବିଚାରଧୀନ ମାମଲାଗୁଡିକର ତ୍ୱରିତ ଫଇସଲା ହେବା ଆବଶ୍ୟକ। ମାମଲାର ତ୍ୱରିତ ଫଇସଲା ନିମନ୍ତେ ବିଚାର ବିଭାଗୀୟ ଅଧିକାରୀମାନେ ଅଧୀକ ଦକ୍ଷ ହେବା ଉଚିତ୍‍ ଓ ଏଥିପାଇଁ ଅଧିକ ପରିଶ୍ରମ କରିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ବିଚାରପତି ନବୀନ୍‍ ସିହ୍ନା କହିଛନ୍ତି।
ଓଡିଶା ଜୁଡିସିଆଲ୍‍ ଏକାଡେମୀରେ ଅନୁଷ୍ଠିତ ୨ଦିନିଆ ନ୍ୟାୟିକ ବିଷୟବସ୍ତୁ ସମ୍ବଳିତ ଜାତୀୟ ଆଲୋଚନାଚକ୍ରରେ ଜଷ୍ଟିସ୍‍ ସିହ୍ନା ମୁଖ୍ୟଅତିଥିଭାବେ ଯୋଗଦେଇ ଅଦାଲତଗୁଡିକରେ ବିଚାରଧୀନ ମାମଲା ବୃଦ୍ଧି ପାଇଛି। ଏଥିପାଇଁ ବିଚାର ବିଭାଗୀୟ ଅଧିକାରୀଙ୍କୁ ଅଧିକ ଦକ୍ଷ ହେବାକୁ ପଡିବ ଓ କିପରି ଭାବେ ସର୍ବାଧିକ ବିଚାରଧିନ ମାମଲାର ଫଇସଲା ହୋଇପାରିବ, ସେଥିପ୍ରତି ବିଚାର ବିଭାଗୀୟ ଅଧିକାରୀମାନେ ମଧ୍ୟ ଯତ୍ନବାନ ହେବା ଉଚିତ୍‍। ଉକ୍ତ କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟ ବିଚାରପତି ବିନୀତ ଶରଣ ସମ୍ମାନିତ ଅତିଥିଭାବେ ଯୋଗଦେଇ ଏହିପରି ଜାତୀୟସ୍ତରୀୟ ନ୍ୟାୟିକ କର୍ମଶାଳା ବିଚାର ବିଭାଗୀୟ ଅଧିକାରୀଙ୍କ ଦକ୍ଷତା ବୃଦ୍ଧିରେ ସହାୟକ ହେବ ବୋଲି କହିଥିଲେ। ବିଚାରଧିନ ମାମଲାର ଶୀଘ୍ର ଫଇସଲା ପ୍ରସଙ୍ଗରେ ବିଚାର ବିଭାଗୀୟ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ବୋଲି ଜଷ୍ଟିସ ଶରଣ ମତ ଦେଇଥିଲେ। ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ଓଡିଶା ଜୁଡିସିଆଲ୍‍ ଏକାଡେମୀର ମୁଖ୍ୟ ପୃଷ୍ଠପୋଷକ ଜଷ୍ଟିସ୍‍ କେ.ଏସ୍‍ ଝାଭେରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି ଆଲୋଚନାଚକ୍ର ବିଚାର ବିଭାଗୀୟ ଅଧିକାରୀମାନଙ୍କ ପାଇଁ ଶିକ୍ଷଣୀୟ ହେବ ବୋଲି ଆଶାବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓଡିଶା ହାଇକୋର୍ଟର ବିଚାରପତି ତଥା ଓଡିଶା ଜୁଡିସିଆଲ୍‍ ଏକାଡେମୀ ପ୍ରଶିକ୍ଷଣ କମିଟିର ଅଧ୍ୟକ୍ଷ ଜଷ୍ଟିସ୍‍ ସଞ୍ଜୟକୁମାର ମିଶ୍ର ଏହି ସମ୍ମିଳନୀର ଉଦ୍ଦେଶ୍ୟ ଏବଂ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଓଡିଶା ହାଇକୋର୍ଟ ବିଚାରପତି ତଥା ଓଡିଶା ଜୁଡିସିଆଲ୍‍ ଏକାଡେମୀ ପ୍ରଶିକ୍ଷଣ କମିଟିର ସଦସ୍ୟ ଜଷ୍ଟିସ୍‍ ବିଶ୍ୱଜିତ୍‍ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଜାତୀୟ ଆଲୋଚନାଚକ୍ରର ପ୍ରଥମ ପ୍ରାୟୋଗିକ ଅଧିବେଶନରେ ପାଟଣା ହାଇକୋର୍ଟର ମୁଖ୍ୟ ବିଚାରପତି ଏମ୍‍.ଆର୍‍ ଶାହା, ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ରାଜେଶ୍‍ ବିନ୍ଦାଲ୍‍, ମାଡ୍ରାସ୍‍ ହାଇକୋର୍ଟର ବିଚାରପତି ଜି. ଜୟଚନ୍ଦ୍ରନ୍‍ ପ୍ରମୁଖ ଯୋଗଦେଇ ବିଭିନ୍ନ ମାମଲାର ତ୍ୱରିତ ଫଇସଲା ନିମନ୍ତେ ବିଚାର ବିଭାଗୀୟ ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି, ପ୍ରଶାସନିକ ନ୍ୟାୟ ପ୍ରଦାନ ପ୍ରସଙ୍ଗରେ ଦକ୍ଷତା ବୃଦ୍ଧି, ବିଚାର ବିଭାଗୀୟ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଭିନ୍ନ ଭିନ୍ନ ପଦ୍ଧତି ସମ୍ପର୍କରେ ଆଲୋଚନା କରିଥିଲେ। ଦ୍ୱିତୀୟ ପ୍ରାୟୋଗିକ ଅଧିବେଶନରେ ଛତିଶଗଡ ହାଇକୋର୍ଟର ବିଚାରପତି ପ୍ରଶାନ୍ତ କୁମାର ମିଶ୍ର, ଝାଡଖଣ୍ଡ ହାଇକୋର୍ଟର ବିଚାରପତି ଏଚ୍‍.ସି ମିଶ୍ର, ମାଡ୍ରାସ୍‍ ହାଇକୋର୍ଟର ବିଚାରପତି ଏମ୍‍. ସୁନ୍ଦର ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଦେଶର ୧୮ଟି ରାଜ୍ୟର ବିଚାରପତି ଓ ବିଚାର ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଛନ୍ତି। ଏହି କାଯ୍ୟକ୍ରମକୁ ଜୁଡିସିଆଲ୍‍ ଏକାଡେମୀର ନିର୍ଦ୍ଦେଶକ ଗୌରୀ ଶଙ୍କର ଶତପଥୀ ଓ ସହକର୍ମୀମାନେ ପରିଚାଳନା କରିଥିଲେ। ଆଇନଜୀବୀଙ୍କୁ ପୁଲିସ୍‍ର ମାଡ ଘଟଣାରେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଥିବାବେଳେ ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ଜୁଡିସିଆଲ୍‍ ଏକାଡେମୀକୁ ପୁଲିସ୍‍ ଛାଉଣୀରେ ପରିଣତ କରାଯାଇଥିଲା। ଏକାଡେମୀର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories