www.samajalive.in
Saturday, December 6, 2025
16.1 C
Bhubaneswar

ବିଜୁ ବାବୁଙ୍କ ତିରୋଧାନ ଦିବସ ପାଳିତ

ଗଞ୍ଜାମ: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଗଞ୍ଜାମରେ ପାଳିତ ହୋଇଯାଇଛି ।ଏହି ଅବସରରେ ବିଜୁ ଜନତା ଦଳ ପକ୍ଷରୁ ନେତା, କର୍ମୀ ଓ ନିର୍ବାଚତ ପ୍ରତିନିଧି ମାନେ ସାମନ୍ତରାୟ ସାହି ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପାଖରେ ଏକତ୍ରିତ ହୋଇଥିଲେ । ପ୍ରଥମେ ସମସ୍ତେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇଥିଲେ । ପରେ ଧୂପ, ଦୀପ ଦେବା ସହ ସ୍ମୁତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ନଗର ଯୁବ ସଭାପତି ସୁଧୀର ପାଢ଼ୀ, ନଗର ଛାତ୍ର ସଭାପତି ରାକେଶ ଦାସ, ଉପ ନଗର ପାଳ ସୁରେନ୍ଦ୍ର ବାରିକୀ, ପୂର୍ଵତନ କାଉନସିଲ ଦଣ୍ଡପାଣି ପରିଡ଼ା, କାଉନସିଲର ମୋହନ ରେଡି, ସୁଜାତା ମହାନ୍ତି, ମହାଲକ୍ଷ୍ମୀ ନାୟକ, ସବିତା ବେହେରା, ରିତାଦେବୀ ମହାରଣା, ମଣ୍ଟୁ ରାଉଳ, ମନୋଜ ପ୍ରଧାନ, ମୁନା ପରିଡ଼ା, ବିଭୁ ପଲାଇ, ରାମ ନାହାକ, ଗୋବିନ୍ଦ ଗୌଡ, ବିଭୂତି ପଲାଇ, ସାଧୁ ଗୌଡ, ଅରୁଣ ଗୌଡ,ଗଣେଶ ମହାରଣା ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories