www.samajalive.in
Wednesday, December 10, 2025
18.1 C
Bhubaneswar

ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀଙ୍କ ବାୟୁ ସ୍ୱାସ୍ଥ୍ୟ ସେବା: ୨୧୮ ରୋଗୀ ପଞ୍ଜୀକରଣ ଓ ଚିକିତ୍ସା, ୫ ଜଣଙ୍କ ଅସ୍ତ୍ରୋପଚାର

ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲାରେ ଆଜିଠୁ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଆରମ୍ଭ ହୋଇଛି। ରାଜ୍ୟର ବଛା ବଛା ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ଏକ ଟିମ୍ ଭୁବନେଶ୍ବରରୁ ହେଲିକପ୍ଟର ଯୋଗେ ନବରଙ୍ଗପୁରରେ ପହଞ୍ଚି ପୂର୍ବରୁ ପଞ୍ଜୀକୃତ ହୋଇଥିବା ରୋଗୀଙ୍କ ଦୁରାରୋଗ୍ୟ ଚିକିତ୍ସା କରିଛନ୍ତି। ଏଣିକି ଦୁରାରୋଗ୍ୟରେ ପୀଡ଼ିତ ବ୍ୟକ୍ତି ମାନେ ଆଉ ବାହାର ଜିଲା କିମ୍ବା ରାଜ୍ୟକୁ ଯିବାକୁ ପଡିବ ନାହିଁ । ଆଜି ୫ ଜଣିଆ ଡାକ୍ତର ଏହି ଟିମରେ ଯୋଗ ଦେଇଥିବା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରକାଶ କରିଛନ୍ତି । ୟୁରୋଲୋଜି ବିଭାଗର ପ୍ରଫେସର ଦତ୍ତାଶ୍ବର ହୋତା, ଗ୍ୟାଷ୍ଟ୍ରୋଲୋଜି ପ୍ରଫେସର ଚିତ୍ତରଂଜନ ପଣ୍ଡା, କାର୍ଡିଓଲୋଜି ପ୍ରଫେସର ବିଶ୍ବଜିତ ଦାସ, ପ୍ରଫେସର ବନବିହାରୀ ମିଶ୍ର ଓ ଖଗେଶ୍ୱର ରାଉତ ପ୍ରମୁଖ ନବରଙ୍ଗପୁରରେ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରିଛନ୍ତି। ଏହି ବିଶେଷଜ୍ଞ ଦଳ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ୫ଜଣ ରୋଗୀଙ୍କ ଅସ୍ତ୍ରପଚାର କରିବା ସହ କିଛି ରୋଗୀଙ୍କ ଚିକିତ୍ସା କରିବେ ବୋଲି ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି। ନବରଙ୍ଗପୁର ଜିଲାର ୨୧୮ ଜଣ ରୋଗୀଙ୍କ ନାମ ପଞ୍ଜୀକରଣ ହୋଇଥିବା ସୂଚନା ଦିଆଯାଇଛି । ଏହି ଅବସରରେ ଗୁରୁବାର ୭ଜଣ ବିଶେଷଜ୍ଞ ଡାକ୍ତର ରୋଗୀମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହ କେଉଁ ରୋଗୀ ମାନଙ୍କୁ ଜରୁରୀ କାଳୀନ ଅସ୍ତ୍ରୋପଚାର ଓ ଚିକିତ୍ସା ଆବଶ୍ୟକ ରହିଛି ତାହା ମନୋନୀତ କରିଥିଲେ ।

ପୂର୍ବ ପ୍ରସ୍ତୁତି ଅନୁଯାୟୀ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନୁଯାୟୀ ଜିଲ୍ଲାରୁ ୨୧୮ଜଣ ରୋଗୀଙ୍କୁ ଜିଲା ସଦର ମହକୁମା ଡାକ୍ତରଖାନାକୁ ଡକା ଯାଇଥିଲା । ଏହା ବ୍ୟତୀତ ସଦର ମହକୁମା ଅଞ୍ଚଳର ବିଭିନ୍ନ ରୋଗୀଙ୍କୁ ଏହି ସେବା ଯୋଗାଇ ଦିଆଯାଉଥିବା ଶୁଣି ଅନେକ ନିଜ ନାମ ପଞ୍ଜୀକରଣ କରିଥିଲେ। ଏହି ଅବସରରେ ପୂର୍ବଦିନ ଜିଲାର ଦୂର ଦୁରନ୍ତରରୁ ଆସିଥିବା ୫୦ଜଣ ରୋଗୀ ଆଗୁଆ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ନବରଙ୍ଗପୁର ଜିଲ୍ଲା ଡାକ୍ତର ଖାନାର ନବ ନିର୍ମିତ ଉପର ମହଲାରେ ଏହି କାର୍ୟ୍ୟକ୍ରମର ବ୍ୟବସ୍ଥା କରାଯାଇଥିଲା। ଗୁରୁବାର ହୃଦରୋଗ ବିଶେଷଜ୍ଞ ଅଭିକ ହାଲଦର, ଏନେସ୍ଥେସିଓଲୋଜି ବିଶ୍ୱରଞ୍ଜନ ପଟ୍ଟନାୟକ, ୟୁରୋଲୋଜି କିଶୋର ତୋଙ୍ଗେ, ଗେଷ୍ଟ୍ରୋଲୋଜି ସମ୍ବିତ କୁମାର ବେହେରା, ରେଡ଼ିଓଲୋଜି ପ୍ରିୟବ୍ରତ ପ୍ରଧାନ ଓ ସର୍ଜରି ବିଶେଷଜ୍ଞ ଡାକ୍ତର ବିଦ୍ୟା ପତି ଆଚାର୍ୟ୍ୟ ଯୋଗ ଦେଇ ବିଭିନ୍ନ ରୋଗ ନିରୂପଣ କରାଇ ଗୁରୁତର ରୋଗୀ ଚିହ୍ନଟ କରିଥିଲେ। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ କାଳୀ ପ୍ରସାଦ ବେହେରା ଓ ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ, ଫାର୍ମାସିଷ୍ଟ ଓ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories