www.samajalive.in
Tuesday, December 9, 2025
17.1 C
Bhubaneswar

ସାଉଦି ଆରବ ଓ ୟୁଏଇକୁ ଇରାନର ଚେତାବନୀ, ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରନି

ତେହରାନ : ଇରାନ ସେନା ପରେଡରେ ଆଙ୍କବାଦୀ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ପରେ ଇରାନ ରିଭେଲ୍ୟୁଶନାରୀ ଗାର୍ଡ଼ ପକ୍ଷରୁ ସାଉଦି ଆରବ ଏବଂ ସଂଯୁକ୍ତ ଆରମ ଇମିରେଟ୍ସ (ୟୁଏଇ)କୁ ଚେତାବନୀ ଦିଆଯାଇଛି। ଇରାନର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ଏବଂ ଲକ୍ଷ୍ମଣ ରେଖା ପାର ନକରିବାକୁ ଏହି ଦୁଇ ଦେଶକୁ ଇରାନ ରିଭେଲ୍ୟୁଶନାରୀ ଗାର୍ଡ଼ ପକ୍ଷରୁ ଚେତାଇ ଦିଆଯାଇଛି। ଗାର୍ଡର କାର୍ଯ୍ୟକାରୀ କମାଣ୍ଡର ଜେନରାଲ ହୁସେନ ସଲାମୀ ଶୁକ୍ରବାର କହିଛନ୍ତି ଯେ ୟୁଏଇ ଓ ସାଉଦି ଆରବ ଇରାନରେ ଅରାଜକତା ସୃଷ୍ଟି ପାଇଁ ପ୍ରୟାସ କରୁଛନ୍ତି ଓ ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରୁଛନ୍ତି। ଲକ୍ଷ୍ମଣ ରେଖା ପାର କଲେ ସେମାନଙ୍କୁ ଏହାର କଡ଼ା ଜବାବ ଦିଆଯିବ। ସେପଟେ ଶୁକ୍ରବାର ପାକିସ୍ତାନ ସୀମା ନିକଟ ବେଲୁଚିସ୍ତାନରେ ଇରାନ ସେନାର ଆକ୍ରମଣରେ ୪ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories