www.samajalive.in
Tuesday, December 9, 2025
16.1 C
Bhubaneswar

ଆତ୍ମରକ୍ଷା କୌଶଳ ଉଦ୍‌ଯାପିତ

ବାଙ୍କୀ: ସ୍ଥାନୀୟ ଅଂଶୁପା କନିଷ୍ଠ ମହାବିଦ୍ୟାଳୟରେ ଏପ୍ରିଲ ୫ତାରିଖରୁ ଆରମ୍ଭ ହୋଇଥିବା ଛାତ୍ରୀଙ୍କ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ବୁଧବାର ଉଦ୍‌ଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ବେଉରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବାଙ୍କୀ ଏନଏସି ଅଧ୍ୟକ୍ଷା ମାଣିକ ସାହୁ, ସମ୍ମାନୀତ ଅତିଥି ଉପାଧ୍ୟକ୍ଷ ସନ୍ତୋଷ କୁମାର ରଣା ଏବଂ ଏନଏସି ପାରିଷଦ ସନାତନ ବେହେରା ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସଞ୍ଚାଳିତ ମହାବିଦ୍ୟାଳୟସ୍ତରୀୟ ଆତ୍ମ ସୁରକ୍ଷା କୌଶଳ ପ୍ରଶିକ୍ଷଣ ନାରୀ ସଶକ୍ତିକରଣର ଏକ ଅଙ୍ଗ ବୋଲି ଆଲୋକପାତ କରିଥିଲେ। ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପିକା ମମତା ଶତପଥି, ଅଧ୍ୟାପକ ପଙ୍କଜ ଗୋଚ୍ଛୀ, ଗ୍ରନ୍ଥାଗାରିକ ସଦାଶିବ ଦାସ, କ୍ରୀଡା ଶିକ୍ଷକ ବିଜୟ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜିକା ଡଃ. ଶୁଭଶ୍ରୀ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ୮ଦିନର ପ୍ରଶିକ୍ଷଣ ସଞ୍ଚାଳିତ ହୋଇଥିବା ବେଳେ ପ୍ରଶିକ୍ଷିକା ଦୀପାଞ୍ଜଳୀ ପାଟମାଝି ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଦେଇଥିଲେ। ରାଜ୍ୟ ଉଚ୍ଚ ମାଧ୍ୟମିକ ପରିଷଦର ଆର୍ଥିକ ସହାୟତାରେ ଏହି ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥିଙ୍କ ଦ୍ୱାରା ସମସ୍ତ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଅଧ୍ୟାପିକା ପୁଷ୍ପଲତା ରାଉତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories