www.samajalive.in
Tuesday, December 9, 2025
17.1 C
Bhubaneswar

ଆମେରିକାର ଡିଫେନ୍ସ କମ୍ପାନୀଙ୍କୁ ଭାରତର ଅପିଲ, ମେକ୍‌ ଇନ୍‌ ଇଣ୍ଡିଆରେ ନିବେଶ କରିବାକୁ କହିଲେ ରାଜନାଥ

ୱାସିଂଟନ୍‌: ରୁଷ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଏହାରି ଭିତରେ ଆମେରିକା ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଜାରି ରହିଛି । ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆମେରିକା ଗସ୍ତ କରିଥିବା ବେଳେ ଦୁଇ ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ନେଇ ଆଲୋଚନା କରିଛନ୍ତି । ରାଜନାଥ ଆମେରିକାର ବଡ଼ ବଡ଼ ଡିଫେନ୍ସ କମ୍ପାନୀ ଗୁଡ଼ିକୁ ଭାରତରେ ନିବେଶ କରିବାକୁ କହିବା ସହ ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପ୍ରସ୍ତାବ ଦେଇଛନ୍ତି । ଏନେଇ ରାଜନାଥ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଓ ବିଦେଶ ମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ଆଲୋଚନା କରିଛନ୍ତି । ତାହା ସହ ଏହି ଆଲୋଚନାରେ ଭାରତର ମେକ୍‌ ଇନ୍‌ ଇଣ୍ଡିଆ ସହିତ ଅନେକ କିଛି କାର୍ଯ୍ୟକ୍ରମରେ ଆମେରିକା ସାମିଲ ହେବାକୁ ପ୍ରସ୍ତାବ ଦେଇଛନ୍ତି ରାଜନାଥ । ରାଜନାଥ କହିଛନ୍ତି ଏହି ଆଲୋଚନାରେ ଆାମେରିକାର କମ୍ପାନୀ ଗୁଡ଼ିକକୁ ଭାରତର ଉତ୍ତର ପ୍ରଦେଶ ଓ ତାମିଲନାଡୁରେ ନିବେଶ କରିବାକୁ କହିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories