www.samajalive.in
Monday, December 8, 2025
27.1 C
Bhubaneswar

ମୃତ୍ୟୁର ପୂର୍ବକ୍ଷଣ ପର୍ଯ୍ୟନ୍ତ ପରମାତ୍ମାଙ୍କ ଆରାଧନା କରିବା ଉଚିତ :ଶଙ୍କରାଚାର୍ଯ୍ୟ

କଟକ ସଦର  : ପୋତାପୋଖରୀ ପଇସା ପୂଜା କମିଟି ପକ୍ଷରୁ ନିର୍ମିତ ନୂତନ ଦୁର୍ଗା ମଣ୍ଡପ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମଣ୍ଡପକୁ ଉଦ୍‍ଘାଟନ କରିବା ସହିତ ମଣ୍ଡପ ସମ୍ମୁଖରେ ଆୟୋଜିତ ଧର୍ମସଭାରେ ଉଦ୍‍ବୋଧନ ଦେଇଥିଲେ। ଶଙ୍କରାଚାର୍ଯ୍ୟ କହିଲେ, ମୃତ୍ୟୁର ପୂର୍ବକ୍ଷଣ ପର୍ଯ୍ୟନ୍ତ ପରମାତ୍ମାଙ୍କ ଆରାଧନା କରିବା ଉଚିତ। ଦେହ ନଷ୍ଟ ହୋଇଗଲେ ବି ଜୀବାତ୍ମା ନଷ୍ଟ ହୁଅନ୍ତି ନାହିଁ।
ପୂଜା କମିଟିର ସଭାପତି ରମେଶ ଚନ୍ଦ୍ର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଧର୍ମସଭାରେ ବିଧାୟକ ପ୍ରଭାତରଞ୍ଜନ ବିଶ୍ୱାଳ, କଂଗ୍ରେସ ନେତା ସୁରେଶ ମହାପାତ୍ର, ଆଦିତ୍ୟ ବାହିନୀର କର୍ମକର୍ତ୍ତା ଡ. ପ୍ରଭୁ ମହାନ୍ତି, ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ନୀଳମାଧବ ସାହୁ, ଚାଉଳିଆଗଞ୍ଜ ପୂଜା କମିଟିର ସଂପାଦକ ନିରଞ୍ଜନ ସାହୁ (ଶିବ), ସିନେତାରକା ଶ୍ରୀତମ ଦାସ, ପୂର୍ବାଞ୍ଚଳ ଶାନ୍ତି କମିଟିର ସଭାପତି ବିଜୟ ସାହୁ, ଆଦିତ୍ୟ ବାହିନୀର ମନୋଜ ରଥ, ଶୁଭେନ୍ଦୁ ସ୍ୱାଇଁଙ୍କ ସମେତ କଟକ ସହରର ବହୁ ବୁଦ୍ଧିଜୀବି ଓ ଶିକ୍ଷାବିତ୍‍ ଉପସ୍ଥିତ ଥିଲେ। ପୂଜାକମିଟିର କାର୍ଯ୍ୟକାରୀ ସଂପାଦକ ବାପି ରାୟ, ସଂପାଦକ ମନୋଜ କୁମାର ମହାରଣା ଓ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଧର୍ମସଭା ପୂର୍ବରୁ ଚାଉଳିଆଗଞ୍ଜସ୍ଥ ପୁଲିସ କଲ୍ୟାଣ ମଣ୍ଡପଠାରୁ ପୋତାପୋଖରୀ ଦୁର୍ଗା ମଣ୍ଡପ ପର୍ଯ୍ୟନ୍ତ ଶ୍ରୀ ନାରାୟଣ ପାଦୁକା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories