www.samajalive.in
Tuesday, December 9, 2025
17.1 C
Bhubaneswar

ଆନ୍ଦୋଳନରୁ ଓହରିଲେ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର : ଦୀର୍ଘସପ୍ତାହ ବ୍ୟାପି ଅଗ୍ନିଶମ କର୍ମଚାରୀଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଗୁରୁବାର ପ୍ରତ୍ୟାହୃତ ହୋଇଛି। ସରକାରଙ୍କ ସହିତ ଆଲୋଚନା ପରେ କର୍ମଚାରୀମାନେ ଏହି ଆନ୍ଦୋଳନକୁ ସାମୟିକ ଭାବେ ପ୍ରତ୍ୟାହାର କରିନେଇଛନ୍ତି ବୋଲି ଅକ୍ଷୟ କୁମାର ପ୍ରଧାନ ଜଣାଇଛନ୍ତି।
ସୂଚନା ଅନୁଯାୟୀ ଗୁରୁବାର ଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଗୃହବିଭାଗ ଅତିରିକ୍ତ ଶାସନ ସଚିବ ଅଶୋକ କୁମାର ପୃଷେଠ୍‍ଙ୍କ ସହିତ ଏକ ବିସ୍ତୃତ ଆଲୋଚନା କରିଥିଲେ। ଏହି ସମୟରେ କର୍ମଚାରୀଙ୍କ ପକ୍ଷରୁ ବର୍ଷକୁ ୧୩ମାସର ଦରମା ସହିତ ସ୍ୱତନ୍ତ୍ର ଭତ୍ତା, ମଟର ସାଇକେଲ ଭତ୍ତା, ସ୍ୱତନ୍ତ୍ର ଖାଦ୍ୟ ଭତ୍ତା, ରିସ୍କ ଭତ୍ତା ଓ ସାଇକେଲ ଭତ୍ତା ଦେବାକୁ ଦାବି କରାଯାଇଥିଲା। ଏହାସହିତ ସରକାରଙ୍କ ପକ୍ଷରୁ ନିଲମ୍ବନ ହୋଇଥିବା ୬ଜଣ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବା ସହିତ ତୁରନ୍ତ ଦାବିଗୁଡିକୁ ପୂରଣ କରିବାକୁ କୁହାଯାଇଥିଲା।
ଏହି ଅବସରରେ ସରକାରଙ୍କ ପକ୍ଷରୁ ଅତିରିକ୍ତ ଶାସନ ସଚିବ ଶ୍ରୀ ପୃଷେଠ୍‍ କହିଥିଲେ ଯେ ଅଗ୍ନିଶମ କର୍ମଚାରୀଙ୍କ ଦାବିଗୁଡିକୁ ସହୃଦୟତାର ସହ ବିଚାର କରାଯିବ। କର୍ମଚାରୀଙ୍କ ପକ୍ଷରୁ ଯେଉଁ ଦାବି ଉପସ୍ଥାପନ କରାଯାଇଛି ସେଥି ମଧ୍ୟରେ କେତେକ ଯୁକ୍ତିଯୁକ୍ତ ରହିଛି। ସେଗୁଡିକୁ ତୁରନ୍ତ ବିଚାର କରାଯିବ। ଏନେଇ ଗୃହବିଭାଗର ଆଲାଉନ୍‍ସ କମିଟିରେ ଖୁବ୍‍ଶୀଘ୍ର ଆଲୋଚନା କରାଯିବ ବୋଲି ଶ୍ରୀ ପୃଷେଠ୍‍ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories