www.samajalive.in
Monday, December 8, 2025
24.1 C
Bhubaneswar

ଲଗାତାର ଏକାଦଶ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋରେଟ୍‍

ନୂଆଦିଲ୍ଲୀ : ନୂତନ ଆର୍ଥିକ ବର୍ଷ ୨୦୨୨-୨୩ ର ପ୍ରଥମ ବୈଠକରେ ମନିଟାରି ପଲିସି ଫଳାଫଳକୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଘୋଷଣା କରିଛନ୍ତି। ରେପୋରେଟ୍‍ ୪ ପ୍ରତିଶତରେ ଅପରିବର୍ତ୍ତିତ ରଖାଯିବା ସହ ରିଭର୍ସ ରେପୋରେଟ୍‍ ମଧ୍ୟ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି। ଲଗାତାର ଏକାଦଶ ଥର ପାଇଁ ରେପୋରେଟ୍‍ ଅପରିବର୍ତ୍ତିତ ରଖାଯାଇଛି। ଆରବିଆଇ ଗଭର୍ଣ୍ଣର କହିଛନ୍ତି ସମସ୍ତ ସଦସ୍ୟଙ୍କ ସହମତିରେ ଏଥର ରେପୋ ରେଟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯୋଗାଣ ଶୃଙ୍ଖଳକୁ ନେଇ ବିଶ୍ୱ ବଜାର ଚାପରେ ରହିଛି।
ଆରବିଆଇ ଗତ ୨୨ ମଇ ୨୦୨୦ ରେ ନୀତି ସୁଧ ହାରରେ ପରିବର୍ତ୍ତନ କରିଥିଲା।
୨୦୨୨-୨୩ ଆର୍ଥିକ ବର୍ଷ ପାଇଁ (ଜିଡିପି) ଅଭିବୃଦ୍ଧିହାର ୭.୮% ରହିବ ବୋଲି ଫେବ୍ରୁଆରୀ ମାସରେ ଯାହା ପୂର୍ବାନୁମାନ କରାଯାଇଥିଲା, ତାହାକୁ ରିଜର୍ଭ ବ୍ୟାଙ୍କ ୭.୨%କୁ ହ୍ରାସ କରିଛି। ଏହା ସହିତ ଅଶୋଧିତ ତୈଳ ବ୍ୟାରେଲ ପିଛା ୧୦୦ ଡଲାର ବୋଲି ଆକଳନ କରାଯାଇଛି। ଆରବିଆଇ ଗଭର୍ଣ୍ଣର କହିଛନ୍ତି, ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ହେତୁ ଅଶୋଧିତ ତୈଳଦର ବୃଦ୍ଧି ମଧ୍ୟ ଏକ ଚିନ୍ତାର ବିଷୟ।
ଫେବ୍ରୁଆରୀ ମାସ ଅପେକ୍ଷା ମୁଦ୍ରାସ୍ଫୀତି ଆହୁରି ଅଧିକ ହେବ ବୋଲି ମଧ୍ୟ ଭାରତର ରିଜର୍ଭ ବ୍ୟାଙ୍କ୍‍ ପୂର୍ବାନୁମାନ କରିଛି।ମୁଦ୍ରାସ୍ଫୀତି ୪.୫% ହେବ ବୋଲି ପୂର୍ବରୁ ଆକଳନ କରାଯାଇଥିବା ବେଳେ ଆର୍ଥିକ ବର୍ଷ ୨୦୨୨-୨୩ରେ ମୁଦ୍ରାସ୍ଫୀତି ୫.୭% ହେବ ବୋଲି ପୁଣି ଥରେ ପୂର୍ବାନୁମାନ କରାଯାଇଛି।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories