www.samajalive.in
Monday, December 8, 2025
27.1 C
Bhubaneswar

ରାଫେଲ ବୁଝାମଣାକୁ ନେଇ ମୋଦୀଙ୍କୁ ସନ୍ଦେହ କରିବା ଉଚିତ ନୁହେଁ: ପୱାର

ନୂଆଦିଲ୍ଲୀ : ରାଫେଲ ବୁଝାମଣାକୁ ନେଇ ବିରୋଧୀ କଂଗ୍ରେସ ସରକାରଙ୍କ ଉପରେ ଆକ୍ରମଣ ଜାରି ରଖିଥିବାବେଳେ ଏନସିପି ମୁଖ୍ୟ ଶରଦ ପୱାର ଏ ପ୍ରସଙ୍ଗରେ ସରକାରଙ୍କ ପକ୍ଷ ନେଇଛନ୍ତି। ଗୁରୁବାର ପୱାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଧାରା ଉପରେ ଲୋକେ ସନ୍ଦେହ କରିବା ଉଚିତ ନୁହେଁ। ମରାଠୀ ନ୍ୟୁଜ୍‍ ଚାନେଲ ଦେଇଥିବା ସାକ୍ଷାତକାରରେ ପୱାର କହିଛନ୍ତି ଯେ ଯୁଦ୍ଧବିମାନ ବୁଝାମଣା ବାବଦ ସବିଶେଷ ତଥ୍ୟ ପ୍ରକାଶ କରିବାକୁ ଯେଉଁ ଦାବି କରାଯାଉଛି ତାହା ସମ୍ପୂର୍ଣ୍ଣ ରୂପେ ଅମୂଳକ। କାରଣ ପ୍ରତିରକ୍ଷା ସମ୍ପର୍କିତ ଏହି ବୁଝାମଣାକୁ ସାର୍ବଜନୀନ କରିବା ସମ୍ଭବ ନୁହେଁ। ଏହା ଗୋପନୀୟ ରହିବା ଦରକାର ବୋଲି ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ପୱାର କହିଛନ୍ତି। ତେବେ ବିମାନ ଦରକୁ ପ୍ରକାଶ କରିବାରେ କୌଣସି ଅସୁବିଧା ନାହିଁ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories