www.samajalive.in
Tuesday, December 9, 2025
17.1 C
Bhubaneswar

ପରସ୍ପର ଉପରେ ୬୦ ମାମଲା ରୁଜୁ କଲେ ଦମ୍ପତି

ନୂଆଦିଲ୍ଲୀ : ଘରେ ପରିବାର ମଧ୍ୟରେ ହେଉ ଅଥବା ଦମ୍ପତିଙ୍କ ମଧ୍ୟରେ ଅନେକ ଖବର ପ୍ରତିଦିନ ସାମ୍ନାକୁ ଆସିଥାଏ। ମାତ୍ର ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହା ସୁପ୍ରିମକୋର୍ଟଙ୍କୁ ମଧ୍ୟ ଆଶ୍ଚର୍ୟ୍ୟ କରିଛି । ଏହି ମାମଲାରେ ଏକ ଦମ୍ପତି ପରସ୍ପର ବିରୋଧରେ ୬୦ଟି ମାମଲା ଦାୟର କରିଛନ୍ତି। ୪୧ ବର୍ଷ ମଧ୍ୟରେ, ଏହି ମାମଲାଗୁଡ଼ିକ ଲୋୟର କୋର୍ଟରୁ ହାଇକୋର୍ଟ ଏବଂ ବର୍ତ୍ତମାନ ସୁପ୍ରିମକୋର୍ଟ ପର୍ୟ୍ୟନ୍ତ ଯାଇଛି। ଏପରି ପରିସ୍ଥିତି ଦେଖି ପ୍ରଧାନ ବିଚାରପତି ଏନ.ଭି ରମଣ ମନ୍ତବ୍ୟ ଦେଇଛନ୍ତି, କିଛି ଲୋକ କଳହ କରିବାକୁ ପସନ୍ଦ କରନ୍ତି। ସେ ସବୁବେଳେ କୋର୍ଟରେ ରହିବାକୁ ଚାହାଁନ୍ତି । ସେମାନେ କୋର୍ଟ ନଦେଖିଲେ ନିଦ ଆସେ ନାହିଁ। କୋର୍ଟର ହସ୍ତକ୍ଷେପ ପରେ ଉଭୟ ପକ୍ଷ ବର୍ତ୍ତମାନ ମାମଲାକୁ ମଧ୍ୟସ୍ଥତାକୁ ନେବାକୁ ରାଜି ହୋଇଛନ୍ତି।
ଉକ୍ତ ଦମ୍ପତି ୪୧ ବର୍ଷ ଧରି ବିବାହ କରିଛନ୍ତି। ଦୁହେଁ ୧୧ ବର୍ଷ ଧରି ଅଲଗା ରହିଆସୁଛନ୍ତି । ମହିଳା ଜଣକ ତାଙ୍କ ଶାଶୁ ଘରକୁ ନେଇ ଅନେକ ଅଭିଯୋଗ କରିଛନ୍ତି। ସ୍ୱାମୀ-ସ୍ତ୍ରୀ ଏତେଥର କୋର୍ଟ ପରିଦର୍ଶନ କରିଛନ୍ତି, ବେଞ୍ଚରେ ଥିବା ଜଷ୍ଟିସ ହିମା କୋହଲି ମଧ୍ୟ ଏହା ଦେଖି ଆଶ୍ଚର୍ୟ୍ୟ ହୋଇଯାଇଛନ୍ତି। ସେ କହିଛନ୍ତି ଯେ ଏହି ମାମଲାରେ ଓକିଲମାନଙ୍କ ପ୍ରତିଭାକୁ ମଧ୍ୟ ପ୍ରଶଂସା କରିବାକୁ ପଡ଼ିବ।
ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ଶ୍ୱଶୁର ଘର ପକ୍ଷଙ୍କ ଓକିଲ କହିଛନ୍ତି ,ଉଭୟ ଟ୍ରାଏଲ କୋର୍ଟ ଏବଂ ହାଇକୋର୍ଟ ଏକମତ ହୋଇଛନ୍ତି, ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ସ୍ୱାଭାବିକ ନୁହେଁ। ଯେହେତୁ ବୋହୂ ଶାଶୁଙ୍କ ଉପରେ ଶୋଷଣର ଅଭିଯୋଗ ଆଣିଛନ୍ତି, ସେ ଶାଶୁ ଘରେ ରହିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ। ଏପରି ପରିସ୍ଥିତିରେ, ଯଦି ମହିଳା ଚାହାଁନ୍ତି, ତେବେ ସେ ନିଜେ ସେହି ଅଞ୍ଚଳରେ ଏକ ଘର ପାଇପାରିବେ । ସୁପ୍ରିମକୋର୍ଟ ମହିଳାଙ୍କ ଓକିଲଙ୍କୁ ପଚାରିଥିଲେ ,ସେ ଏହି ସମସ୍ୟାର ସମାଧାନ କରିବାକୁ ଚାହୁଁଛନ୍ତି କି ନାହିଁ। ଏହା ଉପରେ ମହିଳାଙ୍କ ତରଫରୁ କୁହାଯାଇଥିଲା. ସେ ମଧ୍ୟସ୍ଥତାକୁ ନେବାକୁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ହାଇକୋର୍ଟରେ ଚାଲିଥିବା ଶୁଣାଣି ବନ୍ଦ କରାଯିବା ଉଚିତ ନୁହେଁ।
ଏହା ଉପରେ ବେଞ୍ଚ କହିଛନ୍ତି ଯେ ଏହା ସମ୍ଭବ ନୁହେଁ। ଦେଖାଯାଏ ତୁମେ କଳହ କରିବାକୁ ବହୁତ ଇଚ୍ଛୁକ । କିନ୍ତୁ ତୁମେ ଉଭୟ ଜିନିଷ ଏକାଠି କରି ପାରିବ ନାହିଁ । ମଧ୍ୟସ୍ଥତା ପ୍ରକ୍ରିୟାର ଏକ ସମୟ ସୀମା ଅଛି । ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯିବା ପରେ ଉଭୟ ପକ୍ଷ ଏହି ମାମଲାକୁ ମଧ୍ୟସ୍ଥତାରେ ରଖିବାକୁ ରାଜି ହୋଇଥିଲେ। ଏହି ମାମଲା ଦିଲ୍ଲୀ ହାଇକୋର୍ଟର ମଧ୍ୟସ୍ଥତା ସେଣ୍ଟରକୁ ପଠାଇବାବେଳେ କୋର୍ଟ କହିଛନ୍ତି,ସେମାନେ ଶୀଘ୍ର ଏହି ମାମଲାର ଶୁଣାଣି କରିବେ ଏବଂ ଛଅ ସପ୍ତାହ ମଧ୍ୟରେ ସ୍ଥିତି ରିପୋର୍ଟ ଦାଖଲ କରିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories