www.samajalive.in
Monday, December 8, 2025
27.1 C
Bhubaneswar

ନୀଳଗିରି ପୁଲିସର ଏ କେମିତିକା ଆଇନ ? ଚିକିତ୍ସା ସମୟରେ ସାମ୍ବାଦିକଙ୍କ ପାଦରେ ପଡ଼ିଛି ବେଡ଼ି  

ନୀଳଗିରି: ସବୁ ସୀମା ଟପିଗଲା ନୀଳଗିରି ପୁଲିସ । ବ୍ୟକ୍ତିଗତ ଭାବେ ସାମ୍ବାଦିକଙ୍କୁ ମାଡ଼ ମାରିବା ସହ ଗିରଫ କରିଥିବା ଅଭିଯୋଗ ହୋଇଛି । ଖାଲି ଗିରଫ ନୁହେଁ ସାମ୍ବାଦିକ ଜଣକ ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହେବା ସତ୍ତ୍ବେ ବି ଗୋଡ଼ରେ ବେଡି ପକାଇଛି ପୁଲିସ । ହ୍ୟାଣ୍ଡକପକୁ ସାମ୍ବାଦିକଙ୍କ ଗୋଡ଼ରେ ପକାଇବା ସହ ବେଡ୍‌ରେ ବାନ୍ଧି ରଖିଛି । ଆଇନର ରକ୍ଷକ କୁହାଯାଉଥିବା ପୁଲିସ କପରି ନିଜର ସ୍ୱାର୍ଥ ପାଇଁ ନିମ୍ନମାନର କାମ କରିପାରୁଛି ।

ଏଠି ପ୍ରଶ୍ନ ଉଠୁଛି ଆଇନର ଊର୍ଦ୍ଧ୍ଵରେ କ’ଣ ନୀଳଗିରି ପୁଲିସ ? ଏ ସବୁ ଘଟଣା ପୁଲିସ ଡିଜି ଦେଖୁଛନ୍ତି ତ ? କେଉଁ ଅଭିଯୋଗରେ ଜେଣେ ସମ୍ବାଦିକଙ୍କୁ ପୁଲିସ କରୁଛି ଏପରି ବ୍ୟବହାର ? କାହିଁକି ସାମ୍ବାଦିକଙ୍କ ଗୋଡ଼ରେ ବେଡି ପକାଇଲା ପୁଲିସ ? ଗୋଡ଼ରେ ବେଡି ପକାଇବାକୁ ଆଇନ ଦେଇଛି କି ଅନୁମତି ? ଚିକିତ୍ସା ଚାଲିଥିବା ବେଳେ କାହିଁକି ଲୁହା ଜଞ୍ଜିରରେ ବନ୍ଧା ହେଲେ ସାମ୍ବାଦିକ ? ବ୍ୟକ୍ତିଗତ ଆକ୍ରୋଶ ରଖି କ’ଣ ପୁଲିସ କରିପାରିବ ଏପରି ? ବେଡି ପକାଇ ଅତ୍ୟାଚାର କରିବାକୁ କିଏ ଦେଲା ପୁଲିସକୁ କ୍ଷମତା ? ନୀଳଗିରି ଆଇଆଇସି କ’ଣ ଆଇନର ଉର୍ଦ୍ଧ୍ଵରେ ?

- Advertisement -

ତେବେ ସୂଚନା ମୁତାବକ  ଦୁଇଦିନ ପୂର୍ବରୁ ସାମ୍ବାଦିକ ଲୋକନାଥ ଦଳାଇ ପରିବା ମାର୍କେଟକୁ ଯାଇଥିଲେ । ନିଜର ମୋଟର ସାଇକଲ ବୁଲାଇବା ସମୟରେ ଅପରପକ୍ଷରୁ ଏକ ମୋଟର ସାଇକଲରେ ଆସୁଥିବା ଗୃହରକ୍ଷୀ ନିରଞ୍ଜନ ରଣା ତାଙ୍କୁ ଧକ୍କା ଦେଇଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଲୋକନାଥଙ୍କୁ ପୁଲିସ ଗିରଫ କରିବା ସହ କାର୍ଯ୍ୟାନୁଷ୍ଠାନ ନେଇଛି । ଖାଲି ସେତିକି ନୁହେଁ ଥାନାରେ ପୁଲିସ ବାବୁ ଲୋକନାଥଙ୍କୁ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି । ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଲୋକନାଥ ହେଲେ ପାଦରେ ପଡ଼ିଛି ବେଡି ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories