www.samajalive.in
Tuesday, December 9, 2025
16.1 C
Bhubaneswar

ବିଜେଡି ମହିଳା ନେତ୍ରୀଙ୍କ ପକ୍ଷରୁ ପିପିଲି ଥାନାରେ ଅଭିଯୋଗ

ପିପିଲି: ସାମାଜିକ ଗଣମାଧ୍ୟମରେ ମହିଳାଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ପ୍ରସଙ୍ଗରେ ସମାଲୋଚନାର ଶିକାର ହୋଇଥିବା ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀ ଓ ତାଙ୍କ ପରିବାରକୁ ବଦନାମ କରିବା ପାଇଁ ଉଦ୍ୟମ କରାଯାଉଛି । ମହାରଥୀଙ୍କ ରାଜନୈତିକ ପତିଆରା ହ୍ରାସ କରିବା, ତାଙ୍କ ପଦମର୍ଯ୍ୟଦା ଓ ସମ୍ମାନକୁ ସାଧାରଣରେ ହାନି କରିବା ଭଳି ହୀନ ଉଦ୍ଦେଶ୍ୟ ରଖି ବିଜେପିର ଜନୈକା ନାରୀ ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଅରୁଚିକର ମନ୍ତବ୍ୟ ଦେବା ସହ ଅଶାଳିନ ଫଟୋ ପୋଷ୍ଟ କରିଛନ୍ତି । ଏଭଳି ଅଭିଯୋଗ କରି ପିପିଲି-ଡେଲାଙ୍ଗ ବିଜେଡି ମହିଳା ଶାଖା ପକ୍ଷରୁ ଗୁରୁବାର ପିପିଲି ପୁଲିସରେ ଲିଖିତ ଅଭିଯୋଗ କରାଯାଇଛି ।

- Advertisement -

ମହାରଥୀ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ବିଭିନ୍ନ ଅଶ୍ଳିଳ ଓ ଅରୁଚିକର ମନ୍ତବ୍ୟ ସହ ଅଶାଳିନ ଫଟୋକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯିବାକୁ ନେଇ ପିପିଲି ନିର୍ବାଚନମଣ୍ଡଳୀର ବିଜେଡି କର୍ମୀ ଓ ସମର୍ଥକଙ୍କ ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ବିଜେଡି ମହିଳା ଶାଖାର ପିପିଲି ବ୍ଲକ ସଭାନେତ୍ରୀ ଜ୍ୟୋସ୍ନାରାଣୀ ପୃଷ୍ଟି, ଡେଲାଙ୍ଗ ବ୍ଲକ ଶାଖା ସଭାନେତ୍ରୀ ବାସନ୍ତି ସାହୁ, ପିପିଲି ବ୍ଲକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ, ଜିଲା ପରିଷଦ ସଭ୍ୟା ଗୀତାଞ୍ଜଳୀ ଦାଶ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ମହିଳା ବିଜେଡି ଦଳୀୟ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ଚାଲିଚାଲି ପିପିଲି ବଜାର ପରିକ୍ରମା କରିବା ସହ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ପରେ ସେମାନେ ପିପିଲି ଥାନାରେ ପହଞ୍ଚି  ଆଇଆଇସି ଶରତ କୁମାର ସାହୁଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ । ବିଜେପିର ଜନୈକା ବରିଷ୍ଠ ମହିଳା ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ଓ ବିଜେପି ପିପିଲି ଶାଖା ପକ୍ଷରୁ ମହାରଥୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ସାମାଜିକ ଗଣମାଧ୍ୟମରେ ବଦନାମ କରାଯାଇଛି । ତେଣୁ ବିଜେପିର ଉକ୍ତ ନାରୀ ନେତ୍ରୀଙ୍କ ସମେତ ସମସ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ତେବେ ଘଟଣାର ଉପଯୁକ୍ତ ତଦନ୍ତ କରାଯିବା ପରେ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଇଆଇସି ଶ୍ରୀସାହୁ ସୂଚନା ଦେଇଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories