www.samajalive.in
Sunday, December 7, 2025
15.1 C
Bhubaneswar

ତ୍ରିପୁରାରେ ଓଡିଆ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ

କଟକ. – ତ୍ରିପୁରାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନରେ ବିଏଡ୍‌ ପଢୁଥିବା ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ଲୋକ ଓ ଛାତ୍ରଛାତ୍ରୀ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି । ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏହାର ଭିଡିଓ ଭାଇରାଲ ହେବା ପରେ ରାଜ୍ୟ ସରକାର ଏବେ ତତ୍ପର ହୋଇ ପଡିଛନ୍ତି । ଏହି ଛାତ୍ରଛାତ୍ରୀମାନେ କାନ୍ଦି କାନ୍ଦି ସାହାଯ୍ୟ ଭିକ୍ଷା କରୁଛନ୍ତି ।

ଏହାପରେ ଓଡିଶାର ପୁଲିସ ମହାନିର୍ଦେଶକ ଆରପି ଶର୍ମା  ତ୍ରିପୁରା ପୁଲିସ ମହାନିର୍ଦେଶକଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ଏହା ସହ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଏକ ଉଚ୍ଚ ସ୍ତରୀୟ କମିଟିକୁ ଅଗରତାଲାକୁ ପଠାଇଛି । ପୁରୀରେ ଥିବା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ରାଧାମାଧବ ଦାଶ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ବି ପରମେଶ୍ୱରନ ଅଗରତାଲାକୁ ଯାଇଛନ୍ତି । ରାଜ୍ୟ ଉଚ୍ଚ ଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ଏ ବିଷୟରେ ସୂଚନା ଦେଇଛନ୍ତି । ସେଠାରେ ପୁଲିସ ମୁତୟନ କରାଯାଇଛି । ଛାତ୍ରଛାତ୍ରୀଙ୍କ ପ୍ରତି କୌଣସି ବିପଦ ନ ଥିବା କଥା ସେ ସୂଚନା ଦେଇଛନ୍ତି ।

- Advertisement -

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତ୍ରିପୁରା ମୁଖ୍ୟମନ୍ତ୍ରୀ  ବିପ୍ଲବ ଦେବଙ୍କ ସହ ଏ ବିଷୟରେ କଥା ବାର୍ତ୍ତା କରିଥିବା ସୂଚନା ଦେଇଛନ୍ତି ।

ତଳ ଭିଡିଓ ଲିଙ୍କରେ ଦେଖନ୍ତୁ ଆକ୍ରମଣ ବିଷୟରେ କଅଣ କହୁଛନ୍ତି ଛାତ୍ରଛାତ୍ରୀ

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories