www.samajalive.in
Tuesday, December 9, 2025
17.1 C
Bhubaneswar

ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗ : ହାବିଲଦାର-କନଷ୍ଟେବଳ ସଂଘର ଆନ୍ଦୋଳନ ଚେତାବନୀ

କଟକ : ପୁଲିସ-ଆଇନଜୀବୀ ବିବାଦ ଘଟଣାର ହାଇକୋର୍ଟଙ୍କ ନିର୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ଜଣେ ଡିଆଇଜିସ୍ତରୀୟ ଅଧିକାରୀ ତଦନ୍ତ କରୁଛନ୍ତି। ଏହି ଘଟଣାରେ ୩ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଏହାସତ୍ତ୍ବେ ଆଇନଜୀବୀମାନେ ଅଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ ଚଳାଇଛନ୍ତି। ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଆଇନଜୀବୀମାନେ ଉଦ୍ୟମ କଲେ ହାବିଲଦାର-କନଷ୍ଟେବଳ-ସିପାହି ସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ସଂଘ ପକ୍ଷରୁ ବୁଧବାର ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
ଚାଉଳିଆଗଞ୍ଜ ଅଞ୍ଚଳରେ ଏକ ଦୁର୍ଘଟଣାକୁ କେନ୍ଦ୍ରକରି ଆଇନଜୀବୀ ଓ ପୁଲିସ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଏହି ଘଟଣାରେ ଉଭୟପକ୍ଷ ଥାନାରେ ଅଭିଯୋଗ କରିଥିଲେ। ଆଇନଜୀବୀଙ୍କୁ ପୁଲିସ ମାଡ ମାରିଥିବା ନେଇ ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଅଭିଯୋଗ କରାଯାଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ଏହି ଘଟଣାରେ ମଧ୍ୟ ପୃଥକପୃଥକଭାବେ ହାଇକୋର୍ଟରେ ୩ଟି ମାମଲା ରୁଜୁ ହୋଇଛି। କୋର୍ଟ ଏହିସବୁ ମାମଲାର ଶୁଣାଣିକରି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଛନ୍ତି। କ୍ରାଇମବ୍ରାଞ୍ଚ ୨ଜଣଙ୍କୁ ଗିରଫ କରିସାରିଲାଣି। କୋର୍ଟଙ୍କ ନିର୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବାବେଳେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ଦୁର୍ଭାଗ୍ୟଜନକ ଘଟଣା। ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଏପରି କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଥିବା ସଂଘର କର୍ମକର୍ତ୍ତା କହିଛନ୍ତି। ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲେ ସେମାନେ ମଧ୍ୟ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘର ସଭାପତି ସନ୍ତୋଷକୁମାର ଶତପଥୀ, ସମ୍ପାଦକ ପଞ୍ଚାନନ ବେହେରା, କୋଷାଧ୍ୟକ୍ଷ ପ୍ରଫୁଲ୍ଲକୁମାର ପଣ୍ଡା, ସୂର୍ଯ୍ୟ ପାତ୍ର ପ୍ରମୁଖ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories