www.samajalive.in
Tuesday, December 9, 2025
16.1 C
Bhubaneswar

ଖୋଲା ଛାତ ତଳେ ପାଠ ପଢ଼ୁଛନ୍ତି ପିଲା

ଚୌଦ୍ୱାର: ରାଜ୍ୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକର ରୂପରେଖ ବଦଳାଇ ସ୍ମାର୍ଟ ସ୍କୁଲରେ ପରିଣତ କରିବା ପାଇଁ ରାଜ୍ୟ ସରକାର ବହୁ ଅର୍ଥ ବ୍ୟୟ କରୁଥିବା ବେଳେ ଏବେବି କିଛି ପ୍ରାଥମିକ ବିଦ୍ୟାଳୟ ଅବହେଳିତ ଅବସ୍ଥାରେ ପଡିରହିଛି। ବିଦ୍ୟାଳୟର ପରିଚାଳନାଗତ ତୃଟି ହେଉ ଅବା ପ୍ରଶାସନର ଅବହେଳା ହେତୁ ଛପର ନଥିବା ବିଦ୍ୟାଳୟ ଘରେ ବିପଦ ସଂକୁଳ ଅବସ୍ଥାରେ ପାଠ ପଢୁଛନ୍ତି ପିଲାଏ। ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଚୌଦ୍ୱାର ପୌରପାଳିକା ଅଧିନ ୮ନଂ ୱାର୍ଡ ଦୁର୍ଗା ବଜାର ଅଂଚଳରେ ଥିବା ଦୁର୍ଗା ବଜାର ପ୍ରାଥମିକ ବିଦ୍ୟାଳୟରେ। ଫନି ମହାବାତ୍ୟାରେ ବିଦ୍ୟାଳୟର ୩ଟି ଘରର ଅଜବେଷ୍ଟସ ଭାଙ୍ଗି ରୁଜି ଯାଇଥିଲା। ମହାବାତ୍ୟା ଯିବାର ଆଜକୁ ୩ବର୍ଷ ବିତି ଯାଇଥିଲେହେଁ ଏଯାବତ୍‍ ବିଦ୍ୟାଳୟର ମରାମତି କାର୍ଯ୍ୟ ହୋଇପାରି ନାହିଁ। ଫଳରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୪୭ଜଣ ପିଲା ଖୋଲା ଛାତ ତଳେ ବସି ପାଠ ପଢିବାକୁ ବାଧ୍ୟ ହେଉଛନ୍ତି।

ବାତ୍ୟା ପରେ ସ୍ଥାନୀୟ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଗୋଟିଏ ବଖରା ଘର ମରାମତି କରାଯାଇ ପାରିଛି ବୋଲି କୁହନ୍ତି ପୁର୍ବତନ ପରିଚାଳନା କମିଟି ସଭାପତି ସନ୍ତୋଷ କୁଅଁର। ବିଦ୍ୟାଳୟର ଦୁରାବସ୍ଥା ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଓ ପରିଚାଳନା କମିଟି ତରଫରୁ ବ୍ଲକ ଶିକ୍ଷାଧିକାରୀ ଓ ଚୌଦ୍ୱାର ପୌରନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଯାଇଥିଲା। ପୌରପାଳିକା ତରଫରୁ କ୍ଷୟକ୍ଷତିର ଆକଳନ କରାଯାଇ ଥିଲେହେଁ ବିଭାଗୀୟ ଅବହେଳା ହେତୁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା କ୍ଷୋଭର ସହ କହିଛନ୍ତି ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମିଶ୍ର। ଶ୍ରେଣୀଗୃହ ମରାମତି ପାଇଁ ବାରମ୍ଭାର ବିଭିନ୍ନ କାର୍ଯ୍ୟାଳୟକୁ ଦୌଡି ଦୌଡ଼ି ଶେଷରେ ନିରାଶ ହୋଇ ଶିକ୍ଷକ ଶିକ୍ଷୟତ୍ରୀମାନେ ଭଙ୍ଗା ଘରେ ଶିକ୍ଷାଦାନ କାର୍ଯ୍ୟ ଜାରୀ ରଖିଛନ୍ତିି। ଶିକ୍ଷା ବିଭାଗ ତୁରନ୍ତ ଉକ୍ତ ବିଦ୍ୟାଳୟ ଉପରେ ଦୃଷ୍ଟି ଦେବାପାଇଁ ଅଂଚଳବାସୀଙ୍କ ତରଫରୁ ଦାବି ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories