www.samajalive.in
Monday, December 8, 2025
20.1 C
Bhubaneswar

ବ୍ଲକ ସ୍ତରୀୟ ମୋ ସ୍କୁଲ ଅଭିଯାନ ଆଲୋଚନା ଚକ୍ର

ବୌଦ୍ଧ: ବୌଦ୍ଧ ବ୍ଲକ ସ୍ତରୀୟ ମୋ ସ୍କୁଲ ଅଭିଯାନର ଏକ ଆଲୋଚନାଚକ୍ର ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ବୋର୍ଡ କକ୍ଷରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱରରୁ ଆସିଥିବା ମୋ ସ୍କୁଲ ଅଭିଯାନର ପ୍ରୋଗ୍ରାମ ଅଫିସର ଅବିନାଶ ଶତପଥୀ ଓ ଡକୁମେଣ୍ଟ ଅଫିସର ଐଶର୍ଯ୍ୟା ସାମନ୍ତ ଉପସ୍ଥିତ ଆଲୁମିନି ସଦସ୍ୟମାନଙ୍କୁ ମୋ ସ୍କୁଲ ଅଭିଯାନ କାର୍ଯ୍ୟର ନିଜ ନିଜ ବିଦ୍ୟାଳୟମାନଙ୍କର ଅନୁଭବ କହିବାକୁ ଆହ୍ୱାନ ରଖିଥିଲେ। ଖଲିଆ ବଗିଚା ବିଦ୍ୟାଳୟ ପାଇଁ ଅର୍ଜୁନ କହଁର, ପ୍ରବୀର କୁମାର ଦାଶ, ଜହ୍ନାପଙ୍ଗ ହାଇସ୍କୁଲ କୃପାସିନ୍ଧୁ ପାତ୍ର, ରାଜନପାଲି ବିଦ୍ୟାଳୟ ଆଲୁମିନି ସଭାପତି ପଦ୍ମନାଭ ସେଠୀ, ଆଦର୍ଶ ବିଦ୍ୟାଳୟ ମୋ ସ୍କୁଲ ସଭାପତି ରାଜକୁମାର ପ୍ରଧାନ, ବୁଢ଼ୀକନ ପ୍ରଧାନ ଶିକ୍ଷକ ଜଗନ୍ନାଥ ମେହେର, ଆଇଁଲାପାଲି ପ୍ରଧାନ ଶିକ୍ଷୟିତ୍ରୀ ସ୍ବର୍ଣ୍ଣପ୍ରଭା ମହାପାତ୍ର ପ୍ରମୁଖ ନିଜ ନିଜର ଅନୁଭୁତିରେ ସରକାରଙ୍କର ଏହା ଏକ ସୁନ୍ଦର ଯୋଜନା, ଏହା ଦ୍ୱାରା ବିଦ୍ୟାଳୟ ପରିବେଶର ଅନେକ ବିକାଶ ହୋଇଛି ବୋଲି ମନ୍ତବ୍ୟ ଦେଇଥିଲେ।

ପ୍ରସ୍ତାବ ଦାଖଲ କରିବାରେ ବୌଦ୍ଧ ଜିଲ୍ଲା ପ୍ରଥମରେ ରହିଛି ବୋଲି କହିବା ସହିତ ମୋ ସ୍କୁଲ ଯୋଜନାକୁ ବଢେଇବା ପାଇଁ ଭୁବନେଶ୍ୱରରୁ ଆସିଥିବା ଅଧିକାରୀ ଦ୍ୱୟ କ୍ୟାରିଅର ପୋର୍ଟାଲ, ବିଦ୍ୟାଳୟ ବଗିଚା, ବିଭିନ୍ନ କାର୍ଯ୍ୟକ୍ରମରେ ଆଲୁମିନିମାନଙ୍କୁ ଯୋଡିବକୁ ପରାମର୍ଶ ଦେଇଥିଲେ। ବ୍ଲକ ପାଇଁ ଅର୍ଜୁନ କହଁର, ପଦ୍ମନାଭ ସେଠୀ, ଶିବଚରଣ ବେହେରା, ସଂଜୀବ ମହାକୁଳ ଓ ଡ଼ଃ ପ୍ରବୀର କୁମାର ଦାଶଙ୍କୁ ନେଇ ଏକ ପାଞ୍ଚଜଣିଆ କମିଟି ଗଠନ କରାଯାଇଥିଲା। ଜିଲ୍ଲା ସଂଯୋଜକ ଦେବାଶିଷ ଦ୍ୱାରି ଅତିଥି ପରିଚୟ କରିଥିବା ବେଳେ ସି ଆର ସି ସି ରାଜକୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories