mission shakti banner

ବେଆଇନ ଇଟା ବୋଝେଇ ଟ୍ରାକ୍ଟର ଜବତ,୧୦ ହଜାର ଜୋରିମାନା

nua o banner

ଜି.ଉଦୟଗିରି: ଗୁରୁବାର ଦିନ ବେଆଇନ ଭାବେ ନେଉଥିବା ଏକ ଇଟା ବୋଝେଇ ଟ୍ରାକ୍ଟରକୁ ଜି.ଉଦୟଗିରି ଅତିରିକ୍ତ ତହସିଲଦାର ଦୁଶାସନ ସ୍ବାଇଁ ଜବତ କରିଥିବା ଜଣାପଡିଛି। ବିବରଣୀରୁ ପ୍ରକାଶଯେ ଯେ ଗୁରୁବାର ଦିନ ଏକ ଟ୍ରାକ୍ଟର ରେ ଇଟା ବୋଝେଇ ହୋଇ ଯାଉଥିବା ବେଳେ ସ୍ଥାନୀୟ ଅତିରିକ୍ତ ତହସିଲଦାର ଦୁଶାସନ ସ୍ବାଇଁ ଟ୍ରାକ୍ଟରକୁ ଅଟକାଇ ରୟାଲଟି ରସିଦ ମାଗିଥିଲେ। କିନ୍ତୁ ଟ୍ରାକ୍ଟର ଡ୍ରାଇଭର ରସିଦ ଦେଖାଇ ନ ପାରିବାରୁ ଟ୍ରାକ୍ଟରକୁ ଜବତ କରି ରୟାଲଟି ବାବଦରେ ୨୫୦/- ଟଙ୍କା ଓ ଜୋରିମାନା ବାବଦରେ ୯୭୫୦/-ଟଙ୍କା ଏହିପରି ମୋଟ ୧୦ ହଜାର ଟଙ୍କା ଆଦାୟ କରି ଟ୍ରାକ୍ଟରକୁ ଛଡାଯାଇଥିବା ନେଇ ଅତିରିକ୍ତ ତହସିଲଦାର ଶ୍ରୀ ସ୍ବାଇଁ ସୂଚନା ଦେଇଛନ୍ତି।

Comments are closed.