www.samajalive.in
Tuesday, December 9, 2025
17.1 C
Bhubaneswar

ଆର୍ନ୍ତଜାତୀୟ ସାଂସ୍କୃତିକ ଓ କଳା ସମ୍ମିଳନୀରେ ଗୁରୁ ଆଲୋକ ପଣ୍ଡା ସମ୍ବର୍ଦ୍ଧିତ

ସମ୍ବଲପୁର: ଗତ ୩୦ ଓ ୩୧ ତାରିଖ ଦୁଇ ଦିନ ଧରି ନେପାଳ ଦେଶର ରାଜଧାନୀ କାଠମାଣ୍ଡୁ ଠାରେ ଆର୍ନ୍ତଜାତୀୟ ସାଂସ୍କୃତିକ ଓ କଳା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଭରେଷ୍ଟ ସାଂସ୍କୃତିକ ଅନୁଷ୍ଠାନ ନେପାଳ ଓ ହୋଙ୍ଗସାନ ସାଂସ୍କୃତିକ ଉତ୍ସବ ଦକ୍ଷିଣ କୋରିଆ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତକୁ ସମ୍ବଲପୁରର ନାଟ୍ୟଗୁରୁ ଆଲୋକ ପଣ୍ଡା ପ୍ରତିନିଧିତ୍ୱ କରିଥିଲେ। ଏହି ଅବସରରେ ନେପାଳର ପର୍ଯ୍ୟଟନ ଓ ନଗର ଉନ୍ନୟନ ମନ୍ତ୍ରୀ ମଣିଭଦ୍ର ଶର୍ମା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଆଲୋକ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ସଙ୍ଗଠନ ପକ୍ଷରୁ ପ୍ରତି ବର୍ଷ ବିଭିନ୍ନ ଦେଶରେ ସାଂସ୍କୃତିକ ଉତ୍ସବ ଆୟୋଜନ କରିବ। ଭାରତ ସମେତ ସମୁଦାୟ ୬୦ଟି ଦେଶରେ ଉତ୍ସବମାନ ଆୟୋଜନ କରାଯାଇ ପର୍ଯ୍ୟଟନ, ସାଂସ୍କୃତିକ ଆଦାନ ପ୍ରଦାନ କୁ ପ୍ରୋତ୍ସାହିତ କରାଯିବ। ଶିବିରରେ ଏହାକୁ ନେଇ ବିସ୍ତୃତ ଆଲୋଚନା କରାଯାଇଥିବା ବେଳେ ଏହି ଅବସରରେ ସଂଘ ପକ୍ଷରୁ କୋରିଆର ୱାଙ୍ଗ ଜିମିନ ଙ୍କୁ ସଭାପତି ଓ ଗୁରୁ ଆଲୋକ କୁମାର ପଣ୍ଡାଙ୍କୁ ଉପ ସଭାପତି ଦାୟିତ୍ୱ ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories