ଗଞ୍ଜାମ: ଗଞ୍ଜାମ ବିଜ୍ଞାପିତ ଅଂଚଳ ପରିଷଦର ନବ ନିର୍ବାଚିତ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଦାୟିତ୍ୱ ନେବା ପରେ ତାଙ୍କୁ ବିଭିନ୍ନ ମହଲରୁ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି । ବୁଧବାର ପୂର୍ବାହ୍ନ ସମୟରେ ଅବସରପ୍ରାପ୍ତ ଅଧିକ୍ଷଣ ଯନ୍ତ୍ରୀ ବିନୋଦ ପାଢ଼ୀଙ୍କ ନେତୃତ୍ୱରେ ତାଙ୍କ ସମର୍ଥକମାନେ ଅଧ୍ୟକ୍ଷାଙ୍କୁ ଫାଟକ ସମ୍ମୁଖରୁ ତାଙ୍କ ଚାମ୍ବର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ।ଗଞ୍ଜାମ ତହସିଲଦାର ତଥା ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଅରୁଣ କୁମାର ନାୟକ ପୁଷ୍ପଗୁଛ ପ୍ରଦାନ କରିବା ସହ ଅଧ୍ୟକ୍ଷାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପରେ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀ ଓ ସମର୍ଥକମାନେ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ।
ନବ ନିର୍ବାଚିତ କାଉନସିଲର ଅରୁଣ କୁମାର ପଣ୍ଡାଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ ମଙ୍ଗରାଜ ପଣ୍ଡା,ଦେବେନ୍ଦ୍ର ପଣ୍ଡା,କନ୍ଧ ବେହେରା, ବ୍ରଜ ପାଣିଗ୍ରାହୀ,ଲିଙ୍ଗରାଜ ପଟନାୟକ,ସୂର୍ଯ୍ୟ ପାତ୍ର,ପର ମହାଙ୍କୁଡ଼,ପ୍ରତାପ ବିଶ୍ୱାଳ, ଗଣେଶ ସାହୁ,ବିଶ୍ଵନାଥ ଦାଶ,ଅଭିରାମ ଗୌଡ଼ ପ୍ରମୁଖଙ୍କ ସହ ବହୁ ବରିଷ୍ଠ ନାଗରିକ ଓ ସମର୍ଥକ ଉପସ୍ଥିତ ରହିବା ସହ ଅଧକ୍ଷାଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଗଞ୍ଜାମ ଏନଏସିରେ ନବନିର୍ବାଚିତ ଅଧ୍ୟକ୍ଷାଙ୍କ ଦାୟିତ୍ୱ ଗ୍ରହଣ
Popular Categories



