www.samajalive.in
Tuesday, December 9, 2025
16.1 C
Bhubaneswar

ଦିବାଲୋକରେ ରାସ୍ତା ମଝିରେ ଯୁବକଙ୍କୁ କୁରାଢିରେ ହାଣି ହତ୍ୟା

ହାଇଦରାବାଦ : ହାଇଦରାବାଦ ସହରର ଏକ ଜନଗହଳିପୂର୍ଣ୍ଣ ରାସ୍ତା ମଝିରେ ଜଣେ ଯୁବକଙ୍କୁ କୁରାଢିରେ ହାଣି ହତ୍ୟା କରାଯାଇଛି। ଏଭଳି ବିଭତ୍ସ ହତ୍ୟାକାଣ୍ଡ ଦେଖି ଲୋକ୍‍ ସ୍ତବ୍ଧ ହୋଇଯାଇଥିଲେ ଓ ସାହଯ୍ୟ କରିବା ପରିବର୍ତ୍ତେ ନିରବଦ୍ରଷ୍ଟା ହୋଇ ରହିଯାଇଥିଲେ। କୁରାଢିରେ ହାଣି ହତ୍ୟା କରାଯିବା ଭଳି ରୋମ ଟାଙ୍କୁରା ଦୃଶ୍ୟକୁ କେତେକ ଲୋକ ମୋବାଇଲରେ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ପରେ ଏହି ଘଟଣା ପଦାକୁ ଆସିଛି। ଭିଡ଼ିଓରେ ରାସ୍ତା ମଝି ଟ୍ରାଫିକ୍‍ ମଧ୍ୟରେ ଦୁଇ ଜଣ ଲୋକ ଜଣେ ଯୁବକଙ୍କୁ କୁରାଢିରେ ହାଣି ହତ୍ୟା କରୁଥିବା ଦେଖିବାକୁ ମିଳିଛି। ହାଇଦରାବାଦ ସହର ପିବିଏନ୍‍ଆର ଏକ୍ସପ୍ରେସ୍‍ ପିଲର ନମ୍ବର ୧୪୩ ନିକଟରେ ଗତ ମଙ୍ଗଳବାର ଏହି ହତ୍ୟାକାଣ୍ଡ ଘଟିଛି ଓ ମୃତ ଯୁବକର ନାମ ରମେଶ ବୋଲି ଜାଣିବାକୁ ମିଳିଛି। କୁହାଯାଉଛି ଯେ ମହେଶ ଗୌଡ଼ ନାମକ ଜଣେ ଯୁବକର ହତ୍ୟାକାଣ୍ଡରେ ରମେଶ ମୁଖ୍ୟ ଅଭିଯୁକ୍ତ ଥିଲା। ମହେଶ ହତ୍ୟାକାଣ୍ଡର ପ୍ରତିଶୋଧ ନେବା ପାଇଁ ରମେଶକୁ ହତ୍ୟା କରାଯାଇଛି। ରମେଶକୁ ହତ୍ୟା କରିଥିବା ବ୍ୟକ୍ତି ଦ୍ୱୟ ମହେଶର ବାପା ଓ କକା ବୋଲି ଚିହ୍ନଟ କରାଯାଇଛି। ରମେଶ ରାଜେନ୍ଦ୍ରନଗର କୋର୍ଟରୁ ଘରକୁ ଫେରୁଥିବାବେଳେ ମହେଶ ବାପା ଓ କକା ତାକୁ ପିଛା କରି ରାସ୍ତା ମଝିରେ ଅଟକାଇ କୁରାଢିରେ ହାଣି ପକାଇଥିଲେ। ହତ୍ୟାକାଣ୍ଡ ବେଳେ ସେହି ରାସ୍ତାରେ ଏକ ପୁଲିସ୍‍ ପାଟ୍ରୋଲିଂ ଗାଡ଼ି ଯାଉଥିବାର ଦେଖିବାକୁ ମିଳିଛି। ଫଳରେ ପୁଲିସ୍‍ କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories