www.samajalive.in
Tuesday, December 9, 2025
17.1 C
Bhubaneswar

ଆଖଣ୍ଡଳମଣି ମନ୍ଦିରରୁ ହଟିଲା ସାପ୍ତାହିକ କୋଭିଡ କଟକଣା

ଆରଡି: ଦୀର୍ଘ ଅଢେଇ ବର୍ଷ ପରେ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରୁ ହଟିଛି ସାପ୍ତାହିକ କୋଭିଡ କଟକଣା। ଏଣିକି ପ୍ରତିଦିନ ମଣିବାବା ଦର୍ଶନ ଦେବେ ଆଗନ୍ତୁକ ଶ୍ରଦ୍ଧାଳୁ ଭକ୍ତଙ୍କୁ। ମଙ୍ଗଳବାର ଏପରି ସୂଚନା ଦେଇଛନ୍ତି ଭଦ୍ରକ ଉପଜିଲାପାଳ ତଥା ମ୍ଯାନେଜିଂ ଟ୍ରଷ୍ଟି ମନୋଜ ପାତ୍ର। ବିଗତ ଅଢେଇ ବର୍ଷରୁ ଉର୍ଦ୍ଧ୍ବ ହେବ ମହାମାରୀ କରୋନାର ଭୟଭୟତାକୁ ନେଇ ପ୍ରଥମେ ମନ୍ଦିରରେ କଟକଣା ସରୂପ ସମସ୍ତ ଭକ୍ତ ସର୍ବସାଧାରଣଙ୍କ ଦର୍ଶନ ଉପରେ ରୋକ ଲଗାଯିବା ଓ ପରେ ଆଶିଂକ ଭାବେ ଦର୍ଶନ ପାଇଁ କଟକଣା ମଧ୍ୟରେ ମନ୍ଦିର ଖୋଲା ଯାଇଥିଲେ ମଧ୍ୟ କୋଭିଡ ନିୟମ ବଳବତ୍ତର ଥିବାରୁ ସପ୍ତାହ ପ୍ରତି ଶନିବାର ମନ୍ଦିର ସାନିଟାଇଜ ପାଇଁ ଭକ୍ତ ଓ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଥିଲା।

ବର୍ତ୍ତମାନ ଜିଲା ପ୍ରଶାସନ ପକ୍ଷରୁ ସାପ୍ତାହିକ କଟକଣା ଉଠିଥିଲେ ମଧ୍ୟ ପୂର୍ବ ପରି ସକାଳ ୬ଟାରୁ ରାତ୍ର ୮ଟା ଯାଏଁ ମନ୍ଦିର ଖୋଲା ରହିବ ବୋଲି ସୂଚନା ଦିଆଯାଇଛି। ତାହାସହ ମନ୍ଦିରକୁ ଆସୁଥିବା ଭକ୍ତମାନେ ସାମାଜିକ ଦୂରତା ରକ୍ଷା କରିବା ସହ ତୁଣ୍ଡି ବ୍ୟବହାର କରିବା ପାଇଁ ଲିଖିତ ଭାବେ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟ ପକ୍ଷରେ କୋଭିଡ ନିୟମ ଅନୁଯାୟୀ ମଣିବାବାଙ୍କ ଦୈନନ୍ଦିନ ନୀତିକାନ୍ତି କରିବା ପାଇଁ ସେବାୟତଙ୍କୁ ପରାମର୍ଶ ଦେଇଛନ୍ତି ଟ୍ରଷ୍ଚି ଶ୍ରୀ ପାତ୍ର।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories