www.samajalive.in
Monday, December 8, 2025
27.1 C
Bhubaneswar

ବସରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

କଲମପୁର: କଳାହାଣ୍ଡିରେ ଶେଷ ହେଉନାହିଁ ଦାଦନ ସମସ୍ୟା। କେତେବେଳେ କଳାହାଣ୍ଡିର ଶ୍ରମିକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ହାତ ଗୋଡ କଟା ହେଇ ନିର୍ୟ୍ୟାତିତ ହେଇ ଫେରୁଛନ୍ତି ତ କେତେବେଳେ ଶବ ହେଇ ଫେରୁଛନ୍ତି।ଦାଦନ ଖଟିବାକୁ ଯାଇ ପୁଣି ଏକ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ପ୍ରାପ୍ତ ସୂଚନା ଅନୁଯାୟୀ କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ ପାଡେପଦର ଗ୍ରାମ ପଞ୍ଚାୟତ ଅଧିନ ଖମାରପଦର ଗ୍ରାମର ଡମେନ ମାଝୀ (୫୦)ନାମକ ବ୍ୟକ୍ତି ମଙ୍ଗଳବାର ଆନ୍ଧ୍ରପ୍ରଦେଶର ବିଜୟବାଡାରେ ଏକ କମ୍ପାନୀକୁ କାମ କରିବା ପାଇଁ ଏକ ଘରୋଇ ବସରେ ଯାଉଥିବା ବେଳେ ଚଳନ୍ତି ବସରୁ ଓହ୍ଲାଇ ପଡିବା ବେଳେ ବସରୁ ପଡି ଯାଇଥିଲେ। ଘଟଣା ସ୍ଥଳରୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ତାଙ୍କ ସାଥିରେ ଯାଉଥିବା ନିଜ ଅଞ୍ଚଳର ଶ୍ରମିକମାନେ ନେଇଥିଲେ। ଚିକିତ୍ସିତ ଅବସ୍ଥାରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଠାରେ ସୂଚନାଯୋଗ୍ୟ ଯେ ସୋମବାର ଡୋମେନ ମାଝୀଙ୍କ ସହ ନିଜ ଗାଁ ଖମାରପଦର ଏବଂ ଭୁତଗୁଡାରୁ ୫ ଜଣ ଏକାଠି ହୋଇ ଦାଦନ ଖଟିବାକୁ ବିଜୟବାଡା ଯାଇଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories