www.samajalive.in
Saturday, December 6, 2025
16.1 C
Bhubaneswar

ଆଧାର ବଢାଇଲା ମୁଣ୍ଡବ୍ୟଥା

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ବ୍ୟାଙ୍କ ଆକାଉଣ୍ଟ ଓ ମୋବାଇଲ ସିମ ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ ବୋଲି ରାୟ ପ୍ରଦାନ କରିବା ପରେ ଏହାକୁ ନେଇ ଦେଶବାସୀଙ୍କ ମଧ୍ୟରେ ନାନା ଆଶଙ୍କା ଦେଖା ଦେଇଛି। କାରଣ ଆଧାରକୁ ଦେଶରେ ୨୦୧୬ରୁ କାର୍ଯ୍ୟକାରୀ କରାଯାଇଥିବା ବେଳେ ୨୦୧୮ର ମଧ୍ୟଭାଗରେ ସାମ୍ବିଧାନିକ ବୈଧତା ମିଳିଛି। ଇତିମଧ୍ୟରେ ୩ବର୍ଷ ଅତିବାହିତ ହୋଇଯାଇଛି। ସୁପ୍ରିମ କୋର୍ଟ ମୋବାଇଲ ସିମ ଓ ବ୍ୟାଙ୍କ ଆକାଉଣ୍ଟରେ ଆଧାର ଅନିବାର୍ଯ୍ୟ ନୁହେଁ ବୋଲି ରାୟ ପ୍ରଦାନ କରିଥିଲେ ମଧ୍ୟ ସମଗ୍ର ଦେଶରେ ୮୦ପ୍ରତିଶତ ମୋବାଇଲ ଓ ବ୍ୟାଙ୍କ ଆକାଉଣ୍ଟ ଆଧାର ସହ ଲିଙ୍କ ହୋଇ ସାରିଛି। ସେହିପରି ସ୍କୁଲରେ ଛୋଟ ପିଲାଙ୍କ ପାଇଁ ଆଧାର ଅନିବାର୍ଯ୍ୟ ନୁହେଁ ବୋଲି ୩ବର୍ଷ ପରେ ସୁପ୍ରିମ କୋର୍ଟ ରାୟ ପ୍ରଦାନ କରିଛନ୍ତି। ଇତିମଧ୍ୟରେ ପ୍ରାୟତଃ ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକରେ ନାମଲେଖା ପାଇଁ ଆଧାର କାର୍ଡ଼କୁ ବାଧ୍ୟତାମୂଳକ କରାଯାଇସାରିଛି।
ଏଭଳି କ୍ଷେତ୍ରରେ ପଶ୍ନ ଉଠୁଛି ଆଧାର ସହ ଅଦ୍ୟାବଧି ଯୋଡ଼ି ହୋଇ ଯାଇଥିବା ୮୦ରୁ ୯୦ ପ୍ରତିଶତ ବ୍ୟାଙ୍କ ଆକାଉଣ୍ଟ ଓ ମୋବାଇଲ ନମ୍ବରକୁ କିପରି ସୁରକ୍ଷା ଦେବେ ସରକାର। ଗୋଟିଏ ପଟେ ସରକାର ଆଧାର ତଥ୍ୟାବଳୀ ସୁରକ୍ଷିତ ବୋଲି ଡିଣ୍ଡିମ ପିଟୁଥିବାବେଳେ ସୁପ୍ରିମ କୋର୍ଟ ଆଧାର ପ୍ରକ୍ରିୟାକୁ ଅଧିକ ସୁରକ୍ଷିତ କରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ୩ବର୍ଷ ମଧ୍ୟରେ ଏକାଧିକ ଥର ଆଧାର ତଥ୍ୟ ପ୍ରଘଟ ଘଟଣା ସାମ୍ନାକୁ ମଧ୍ୟ ଆସିଛି। ଭାରତୀୟ କ୍ରିକେଟ ଟିମ୍‍ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଆଧାର ତଥ୍ୟ ପ୍ରଘଟ ହୋଇଯାଇ ଥିଲା। ଏପରିକି ଏକାଧିକ ଘରୋଇ କମ୍ପାନୀଙ୍କ ନିକଟରେ ଆଧାର ନମ୍ବର ଓ ତଥ୍ୟ ପହଞ୍ଚି ସାରିଛି। ଇତିମଧ୍ୟରେ କିଛି ମୋବାଇଲ କମ୍ପାନୀ ବନ୍ଦ ହୋଇଯାଇଛି ଅଥବା ଅନ୍ୟ କମ୍ପାନୀ ସହ ମିଶ୍ରଣ ହୋଇଯାଇଛି। ଉକ୍ତ କମ୍ପାନୀଗୁଡ଼ିକ ନିକଟରେ ଥିବା ଆଧାର ତଥ୍ୟାବଳୀ ବାସ୍ତବରେ କ’ଣ ସୁରକ୍ଷିତ? ଏଭଳି ଏକାଧିକ ପ୍ରଶ୍ନ ସର୍ବୋଚ୍ଚ ନ୍ୟାୟାଳୟର ରାୟ ପ୍ରକାଶ ପାଇବା ପରେ ଦେଶବାସୀଙ୍କ ମନରେ ଆଶଙ୍କା ସୃଷ୍ଟି କରୁଛି।
ଆଧାର ତଥ୍ୟର ସୁରକ୍ଷାକୁ ଦୃଷ୍ଟିରେ ନରଖି ତରବାରିଆ ଭାବେ ଏହାକୁ ମନି ବିଲ୍‍ ସହ ଯୋଡ଼ି ସଂସଦରେ ପାରିତ କରି ଦିଆଗଲା। ଫଳରେ ଦେଶର ଗରିବଙ୍କ ବ୍ୟତୀତ ଆଧାରର ଉପକାର ଅନ୍ୟ କୌଣସି ବର୍ଗଙ୍କୁ ମିଳିଲା ନାହିଁ। ତରବରିଆ ଭାବେ ଆଧାରକୁ କାର୍ଯ୍ୟକାରୀ କରିବାକୁ ଯାଇ ସରକାର ଯେଉଁ ପଦକ୍ଷେପ ନେଲେ ସେଥିରେ ତଥ୍ୟଗତ ତ୍ରୁଟି ହେତୁ କିଛି ଗରିବ ମଧ୍ୟ ଆଧାରର ଲାଭରୁ ବଞ୍ଚିତ ହୋଇଥିଲେ।
ସେହିପରି ଆଧାର ନାମରେ ସଂଗ୍ରହ କରାଯାଉ ଥିବା ବାୟୋମେଟ୍ରିକ ତଥ୍ୟାବଳୀ ପରବର୍ତ୍ତୀ ସମୟରେ ଯେକୌଣସି ନାଗରିକଙ୍କୁ ଅସୁବିଧାରେ ପକାଇବାର ସମ୍ଭାବନା ରହିଛି। କାରଣ ଆଧାରର ସୁରକ୍ଷା ପ୍ରତି ଦୃଷ୍ଟି ନଦେଇ ସରକାର ତରବରିଆ ଭାବେ ଆଧାରକୁ ସେବା ଓ ରିହାତି କ୍ଷେତ୍ର ସହ ସଂଯୋଗ କରିଦେଇଛନ୍ତି। ଜଣେ ବ୍ୟକ୍ତିଙ୍କ ବାୟୋମେଟ୍ରିକ ତଥ୍ୟକୁ ଚୋରି କରି ଅପରାଧୀ ପରବର୍ତ୍ତୀ ସମୟରେ ଉକ୍ତ ବ୍ୟକ୍ତିଙ୍କୁ ବଡ଼ ଧରଣର ଅସୁବିଧାରେ ପକାଇବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ନାଗରିକର ଗୋପନୀୟତା ଏକ ମୌଳିକ ଅଧିକାର ଓ ଆଧାର ଲାଗୁ ହେବା ଦ୍ୱାରା ଏହା ନଷ୍ଟ ହେଉଛି ବୋଲି ମାମଲା ରୁଜୁ କରାଯାଇ ଥିଲା। ଏହି ଅଭିଯୋଗ ଉପରେ ନ୍ୟାୟାଳୟରେ ୪ମାସରୁ ଊଦ୍ଧ୍ୱର୍ ସମୟ ଧରି ଶୁଣାଣି କରିବା ପରେ ସରକାରଙ୍କ ପାଖରେ ଥିବା ତଥ୍ୟ ସୁରକ୍ଷିତ ବୋଲି ସୁପ୍ରିମ କୋର୍ଟ ରାୟ ପ୍ରଦାନ କରିବା ସହ ତଥ୍ୟାବଳୀକୁ ସୁରକ୍ଷିତ କରିବା ନିମନ୍ତେ ଆଇନ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଅର୍ଥାତ୍‍ ଅଧାର ତଥ୍ୟାବଳୀ ଆଗାମୀ ଦିନରେ ଅପବ୍ୟବହାର ହେବ ନାହିଁ ଏହା ନା’ ସରକାର ନା’ ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି। ଏଭଳି ପରିସ୍ଥିତିରେ ଆଧାରକୁ ପୁଣି ଥରେ ପ୍ୟାନ କାର୍ଡ଼ ସହ ଯୋଡ଼ିବାକୁ ରାୟ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ; ଯାହା ପରୋକ୍ଷରେ ବ୍ୟାଙ୍କ ଆକାଉଣ୍ଟ ସହିତ ଯୋଡ଼ି ହୋଇ ବ୍ୟକ୍ତିଗତ ତଥ୍ୟ ପ୍ରଘଟ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories