www.samajalive.in
Monday, December 8, 2025
24.1 C
Bhubaneswar

ଆସିଲା କଳାହାଣ୍ଡି ଫଳାଫଳ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ପୌର ନିର୍ବାଚନର ନଗରପାଳ ଓ ନଗରପାଳିକା ଫଳାଫଳ ଆସିଛି । ଏହି ନିର୍ବାଚନରେ ଉଭୟ ବିଜେପି ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ହୋଇଛି । କାରଣ କଳାହାଣ୍ଡି ଜିଲ୍ଲାର ଦୁଇଟି ଲେଖାଏ ଆସନ ହାତେଇଛନ୍ତି ଉଭୟ ବିଜେଡି ଓ ବିଜେପି । ଭବାନୀପାଟଣା ପୌରପରିଷଦରେ ବିଜେଡି ପ୍ରାର୍ଥୀ ସଂଯୁକ୍ତା ବେହେରା ବିଜୟୀ ହୋଇଥିବା ବେଳେ ତାଙ୍କୁ ମିଳିଛି ୧୪, ୧୩୫ ଖଣ୍ଡ ଭୋଟ୍‌ । ସେହିପରି ବିଜେପିର ବୀନିତା ଦାସଙ୍କ ୧୩,୨୮୮ ଖଣ୍ଡ ଭୋଟ୍‌ ମିଳିଛି ।  କେସିଙ୍ଗା ଏନଏସିକୁ ମଧ୍ୟ ହାତେଇଛି ବିଜେଡି । ବିଜେଡି ପ୍ରାର୍ଥୀ ନୃପରାଜ ଯାଦବ ୫୧୦୩ ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀ ରାମକୁମାର ଜୈନଙ୍କୁ ମିଳିଛି  ୪୧୯୧ ଖଣ୍ଡ ଭୋଟ୍‌ । ଅନ୍ୟପଟେ  ଜୁନାଗଡ଼ ଓ ଧର୍ମଗଡ଼ ଏନ ଏ ସି ହତେଇଛି ବିଜେପି । ଜୁନାଗଡରେ ବିଜେପି ପ୍ରାର୍ଥୀ ମୁକେଶ ଅଗ୍ରବାଲ ୫୮୮୯ ଖଣ୍ଡ ଭୋଟ୍‌ ପାଇ ବିଜୟ ହାସଲ କରିଛନ୍ତି । ଜୁନାଗଡ଼ରେ ବିଜେଡି ପ୍ରାର୍ଥୀ ମହେଶ କୁମାର ସାହୁ ୪,୭୧୫ ଖଣ୍ଡ ଭୋଟ୍‌ ପାଇଛନ୍ତି । ଧର୍ମଗଡ଼ରେ ମଧ୍ୟ ବିଜେପି ପ୍ରାର୍ଥୀ ଅଶୋକ କୁମାର ମହାନ୍ତି ବିଜୟ ହାସଲ କରିଛନ୍ତି । ବିଜେପି ପ୍ରାର୍ଥୀ ୫,୮୯୪ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବିଜେଡିର ରାଜେନ୍ଦ୍ର କୁମାର ମୁନୀ ୩୪୩୩ ଖଣ୍ଡ ଭୋଟ୍‌ ପାଇଛନ୍ତି ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories