www.samajalive.in
Monday, December 8, 2025
27.1 C
Bhubaneswar

ସୈନିକସ୍କୁଲକୁ ୬୦ବର୍ଷ ପୂର୍ତ୍ତି, ୨୭ରେ ହୀରକ ଜୟନ୍ତୀ ଗଣ ଦୌଡ଼

ଭୁବନେଶ୍ବର: ଚଳିତ ବର୍ଷ ସୈନିକ ସ୍କୁଲକୁ ୬୦ବର୍ଷ ପୂରଣ ହେଉଛି। ୬୦ବର୍ଷ ପୂର୍ତ୍ତି ଅବସରରେ ମାର୍ଚ୍ଚ ୨୭ରେ ହୀରକ ଜୟନ୍ତୀ ଗଣ ଦୌଡ଼ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ସୈନିକସ୍କୁଲ-ଓଏମସି ପଞ୍ଚମ ବିଜୁ ମାରାଥନ ତଥା ହୀରକ ଜୟନ୍ତୀ ଗଣ ଦୌଡ଼ ଚଳିତ ମାର୍ଚ୍ଚ ୨୭ ତାରିଖ ସକାଳ ୬ଟାରେ ଅନୁଷ୍ଠିତ ହେବ। ଏଥିରେ ସୈନିକସ୍କୁଲର ସମସ୍ତ କ୍ୟାଡେଟ୍ ଓ ପୁରାତନ ଛାତ୍ରଙ୍କୁ ମିଶାଇ ସମୁଦାୟ ୮୦୦ ଜଣ ପ୍ରତିଯୋଗୀ ଭାଗ ନେବେ। ଏହି ହୀରକ ଜୟନ୍ତୀ ଗଣ ଦୌଡ଼ ସୈନିକସ୍କୁଲ ଗାନ୍ଧି ପଡ଼ିଆରୁ ଆରମ୍ଭ ହେବ। ଏହାପରେ ଏଥିରେ ଅଂଶଗ୍ରହଣକାରୀ ନାଲକୋ, କଳିଙ୍ଗ ହସପିଟାଲ ଛକ, ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ଆପୋଲ ହସପିଟାଲ ଦେଇ ୭.୩ କି.ମି.ପଥ ଅତିକ୍ରମ କରିବେ। ଏହାପରେ ପୁଣି ସେମାନେ ସୁବର୍ଣ୍ଣ ଜୟନ୍ତୀ ଗଣ ଦୌଡ଼ ଆରମ୍ଭ ହୋଇଥିବା ସ୍ଥାନ ଗାନ୍ଧି ପଡ଼ିଆରେ ପହଞ୍ଚିବେ ଏବଂ ସେଠାରେ ତାହା ଶେଷ ହେବ। ଏହି ହୀରକ ଜୟନ୍ତୀ ଗଣ ଦୌଡ଼କୁ ସୈନିକସ୍କୁଲ ଅଧ୍ୟକ୍ଷ ଗ୍ରୁପ୍ କ୍ୟାପଟେନ ଏସ.ଡୋମିନିକ ରାୟନ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏଥିରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବଣ୍ଟନ କରିବା କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ସୈନିକସ୍କୁଲର ୬୦ ବର୍ଷ ପୂର୍ତ୍ତି ହେଉଥିବାରୁ ଏହାକୁ ହୀରକ ଜୟନ୍ତୀ ଦୌଡ଼ ଭାବେ ପରିଗଣିତ ହେବ ବୋଲି ସ୍କୁଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories