www.samajalive.in
Saturday, December 6, 2025
26.1 C
Bhubaneswar

ପୌର ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ୫୦%ରୁ ଅଧିକ ମତଦାନ

ଭୁବନେଶ୍ବର: ରାଜ୍ୟରେ ପୌର ନିର୍ବାଚନ ପାଇଁ  ମତଦାନ ପ୍ରକ୍ରିୟା ଶେଷ ହୋଇଛି। ସନ୍ଧ୍ୟା ୫ଟା ସୁଦ୍ଧା ୫୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି ବୋଲି ସୂଚନା ମିଳିଛି। ଆଜି ସକାଳୁ ମତଦାନ କେନ୍ଦ୍ରରେ ଭୋଟରମାନେ ଧାଡ଼ିରେ ଆସି ନିଜ ପସନ୍ଦର ପ୍ରାର୍ଥୀ ସପକ୍ଷରେ ମତଦାନ କରିଥିଲେ। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଚାଲିଥିଲା। ଭୁବନେଶ୍ବର ମହାନଗର ନିଗମ(ବିଏମସି)ର ୫୩ ନଂ ୱାର୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭୋଟ୍‌ କେନ୍ଦ୍ରକୁ ପାଦରେ ଚାଲିଚାଲି ଯାଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ପଞ୍ଚାୟତ ନିର୍ବାଚନ ଅପେକ୍ଷା ପୌର ନିର୍ବାଚନରେ ମତଦାନ କମ ରହିଛି। ତେବେ ରାଜଧାନୀରେ ସଚେତନ ଓ ଶିକ୍ଷିତ ଭୋଟର ଥାଇ ବି ମତଦାନ ହାର କମ ରହିଥିବା ଜଣାପଡ଼ିଛି। ରାଜଧାନୀରେ କାହିଁକି ମତଦାନ ହାର କମୁଛି, ତାହା ଏବେ ସବୁଠୁ ବଡ ପ୍ରଶ୍ନ ଭାବେ ଠିଆ ହୋଇଛି।

ପୌର ନିର୍ବାଚନରେ ୫୬୯ ମେୟର ଓ ଅଧ୍ୟକ୍ଷ ଏବଂ ୫୮୪୨ ଜଣ କର୍ପୋରେଟର ଓ କାଉନସିଲର ପ୍ରାର୍ଥୀଙ୍କ ପାଇଁ ଭୋଟ ଗ୍ରହଣ କରାଯାଇଛି। ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ୩ ମହାନଗର ନିଗମ, ୪୭ ପୌରାଞ୍ଚଳ ଏବଂ ୫୯ ଏନଏସିର ମୋଟ ୩୦୬୮ ବୁଥରେ ଭୋଟ ଗ୍ରହଣ ହୋଇଛି। ଏଥର ଭୋଟରମାନେ ସିଧାସଳଖ ମେୟର ଏବଂ ଅଧ୍ୟକ୍ଷ ପ୍ରାର୍ଥୀଙ୍କୁ ମନୋନୀତ କରିବା ପାଇଁ ମତଦାନ କରିଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories