ଜେଟ୍, ରେସିଂ କାରକୁ ପଛରେ ପକାଇ ବାଜିମାରିଲା ସୁପରବାଇକ୍
ନୂଆଦିଲ୍ଲୀ : ସାଧାରଣତଃ କାର-କାର ମଧ୍ୟରେ କିମ୍ବା ବାଇକ-ବାଇକ ମଧ୍ୟରେ ରେସିଂ କରାଯାଏ। କିନ୍ତୁ ତୁର୍କିଠାରେ ଏଭଳି ଏକ ପ୍ରତିଯୋଗିତା ହୋଇଥିଲା ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ସୃଷ୍ଟି ହୋଇଛି। ଏହି ପ୍ରତିଯୋଗିତା ଏକ ରେସିଂ କାର, ଏକ ବାଇକ୍ ଏବଂ ଏକ ଫାଇଟର ଜେଟ୍ ମଧ୍ୟରେ ହୋଇଥିଲା। ତୁର୍କିର ଏକ ଏୟାରପୋର୍ଟ ରନୱେ ଠାରେ ଏହି ପ୍ରତିଯୋଗିତା କରାଯାଇଥିଲା। ଏକ ଫର୍ମୁଲା-୧ କାର, ୧୫୦୦ ସ୍ପିଡ ସୁପରବାଇକ କାୱାସାକି ‘ନିଞ୍ଜା’ ଏବଂ ଏକ ଫାଇଟର ଜେଟ୍ ଏହି ପ୍ରତିଯୋଗିତାରେ ହୋଇଥିଲା। ୪୦୦ ମିଟର ଦୂର ଅତିକ୍ରମ କରିବା ପାଇଁ ଏହି ପ୍ରତିଯୋଗିତା କରାଯାଇଥିଲା। ସୁପରବାଇକ ଏହି ପ୍ରତିଯୋଗିତାରେ ବିଜୟ ଲାଭ କରିଛି। ୯.୫୪ ସେକେଣ୍ଡରେ ଏହି ସୁପରବାଇକ ସମସ୍ତଙ୍କୁ ପଛରେ ପକାଇଛି। ପ୍ରତିଯୋଗିତାରେ ଭାଗ ନେଇଥିବା କାୱାସାକି ନିଞ୍ଜାର ମୂଲ୍ୟ ୩୯ ଲକ୍ଷ ଟଙ୍କା ରହିଛି। ଏହି ବାଇକ୍ ର ଘଣ୍ଟା ପ୍ରତିବେଗ ୪୦୦ କି.ମି ରହିଛି।