www.samajalive.in
Sunday, December 7, 2025
13.1 C
Bhubaneswar

ଭାରତୀୟ ଖେଳର ସ୍ୱର, ପ୍ରସିଦ୍ଧ ଉଦଘୋଷକ ଜସଦେବ ସିଂହଙ୍କ ପରଲୋକ

ନୂଆଦିଲ୍ଲୀ : ଭାରତୀୟ ଖେଳ ଜଗତର ସ୍ୱର ଭାବେ ଜଣାଶୁଣା ପ୍ରସିଦ୍ଧ ଉଦଘୋଷକ (କମେଣ୍ଟେଟର) ଜସଦେବ ସିଂହଙ୍କ ମଙ୍ଗଳବାର ଦିଲ୍ଲୀଠାରେ ନିଜ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ଗତ କିଛି ଦିନ ହେବ ସେ ବାର୍ଦ୍ଧକ୍ୟ ଜନୀତ ରୋଗରେ ପୀଡ଼ିତ ଥିଲେ ।
୭୦ ଏବଂ ୮୦ ଦଶକରେ ଦୂରଦର୍ଶନରେ ଖେଳ ପ୍ରସାରଣ ମାମଲାରେ ଉଦଘୋଷକକ ଭାବେ ରବି ଚତୁର୍ବେଦୀ, ସୁଶୀଲ ଦୋଶୀଙ୍କ ସହ ଜସଦେବ ସିଂହ ଖେଳ ପ୍ରେମୀଙ୍କ ପାଇଁ ଜଣାଶୁଣା ନାମ ଥିଲେ। କ୍ରୀଡ଼ା ମନ୍ତ୍ରୀ ରାଜବର୍ଦ୍ଧନ ସିଂହ ରାଠୋର ଜସଦେବଙ୍କ ପରଲୋକରେ ଟ୍ୱିଟ୍‍ କରି ଶୋକ ବ୍ୟକ୍ତ କରିଛନ୍ତି। ସେ ଟ୍ୱିଟ୍‍ କରିଛନ୍ତି ଯେ ଜସଦେବ ଦୂରଦର୍ଶନ ଏବଂ ଆକାଶବାଣୀର ସର୍ବଶ୍ରେଷ୍ଠ ଉଦଘୋଷକ ମଧ୍ୟରୁ ଜଣେ ଥିଲେ। ସେ ୯ଟି ଅଲମ୍ପିକ, ୬ଟି ଏସିଆ କ୍ରୀଡ଼ା ସହ ଅନେକ ସ୍ୱାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସ ସିଧା ପ୍ରସାରଣର ଉଦଘୋଷକ ଭାବେ କାର୍ଯ୍ୟ ତୁଲାଇଛନ୍ତି। ଚତୁର୍ବେଦୀ ଏବଂ ଦୋଶୀ ମୁଖ୍ୟତଃ କ୍ରିକେଟ ଉଦଘୋଷକ ଥିଲେ। ଜସଦେବ ୧୯୬୮ରୁ ୨୦୦୦ ପର୍ଯ୍ୟନ୍ତ ଅଲମ୍ପିକ ଖେଳ ସିଧା ପ୍ରସାରଣର ଉଦଘୋଷକ କାର୍ଯ୍ୟ କରିଥିଲେ। ଏଥିପାଇଁ ତାଙ୍କୁ ଅଲମ୍ପିକ ଅର୍ଡ଼ର ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେ ୧୯୬୩ରୁ ୪୮ ବର୍ଷ ପର୍ଯ୍ୟନ୍ତ ଗଣତନ୍ତ୍ର ଦିବସ ସିଧା ପ୍ରସାରଣର ଉଦଘୋଷକ ଥିଲେ। ତାଙ୍କୁ ୧୯୮୫ରେ ପଦ୍ମଶ୍ରୀ ଏବଂ ୨୦୦୮ରେ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories