www.samajalive.in
Tuesday, December 9, 2025
17.1 C
Bhubaneswar

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବାକୁ ସଚେତନତା ସଭା

କଣ୍ଟାବାଞ୍ଜି: ଖରାଦିନରେ ଜଙ୍ଗଲରେ ନିଁଆ ଲାଗିବା ଏକ ନିୟମିତ ଘଟଣା। ତେଣୁ ତାକୁ ଆଖି ଆଗରେ ରଖି ଜଙ୍ଗଲ ବନ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ବଲାଙ୍ଗୀର ଜିଲ୍ଲାର ତୁରେକେଲା ବ୍ଳକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। କଣ୍ଟାବାଞ୍ଜି ବନାଞ୍ଚଳର ଅଧିକାରୀ ଶ୍ରଦ୍ଧାଦେବ ବଡ଼ମାଳିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନତା ସଭାରେ ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ।ମଣିଷ ଚାହିଁଲେ ଜଙ୍ଗଲ ସୁରକ୍ଷା ଓ ନିଆଁକୁ ଆୟତ୍ତ କରାଯାଇ ପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଜନସାଧାରଣମାନଙ୍କୁ ନାଚଗୀତ ମାଧ୍ୟମରେ ସଚେତନ କରିବା ପାଇଁ ପ୍ରତିଭା ସାଂସ୍କୃତିକ ଅନୁଷ୍ଠାନ ଭବାନୀପାଟଣା ନୃତ୍ୟ ପରିବେଷଣ କରିଥିଲେ। ବରକାନୀ, ପାଟିମାଲ, ବକବାହଲ, କମେଇମୁଣ୍ଡା, ରାମୁଡ, ମାନ୍ଦଲା, ତୁରେକେଲା ଆଦି ଗ୍ରାମରେ ସଚେତନତା ସୃଷ୍ଟି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବନାଞ୍ଚଳ ଅଧିନରେ କର୍ମରତ କର୍ମଚାରୀ ଚନ୍ଦ୍ରକାନ୍ତୀ ସୁନା, ରିତାଞ୍ଜଳି ନିଆଲ, ଫରେଷ୍ଟର ନୃତମଣି ମହାନନ୍ଦ, ବିଘ୍ନରାଜ ପୋଡ଼, ପାରାଗାର୍ଡ ଜଳ ବନ୍ଛୋର, ରାମ ମାଝୀ, ଡିଇଓ ସମୀର କୁମାର ସିଂଦେଓ, ବିଷ୍ଣୁ ଛୁରା ପ୍ରମୁଖ ସହଯୋଗ କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories