www.samajalive.in
Monday, December 8, 2025
27.1 C
Bhubaneswar

ମୃତ ବାରହା ଜବତ

ହରଭଙ୍ଗା; ହରଭଙ୍ଗା ବ୍ଲକ ପୁରୁଣାକଟକ ରେଞ୍ଜ ଅର୍ନ୍ତଗତ ପଲଶାକୁଟୁଣୀ-କମ୍ଭୁନାଥପୁର ଜଙ୍ଗଲ ରାସ୍ତାରୁ ବନବିଭାଗ ଏକ ମୃତ ବାରହା ଜବତ କରିଛି।
ସୂଚନା ମତେ ବୁଧବାର ସକାଳୁ ସକାଳୁ ବନବିଭାଗର ଏକ ଟିମ ନିଆଁ ଲିଭାଇବା ପାଇଁ କମ୍ଭୁନାଥପୁର ଅଂଚଳକୁ ଯାଉଥିଲେ। ଏହି ସମୟରେ ପଲଶାକୁଟୁଣୀ-କମ୍ଭୁନାଥପୁର ଜଙ୍ଗଲ ରାସ୍ତାରେ ଏକ ମୃତ ବାରହା ବିବାହ ଭୋଜି ପାଇଁ ଚାଲାଣ ହେଉଥିଲା।ବନବିଭାଗକୁ ଦେଖି ଅଭିଯୁକ୍ତ ମାନେ ବାରହାଟିକୁ ଛାଡି ପଳାଇଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି।
ସୂଚନା ଥାଉ କି ବିବାହ ସମୟରେ ହରଭଙ୍ଗା ଅଂଚଳରେ ବାରହା ଭୋଜି ଅଧିକାଂଶ ହେଉଥିବା ନଜରକୁ ଆସିଛି। ଜଙ୍ଗଲୀ ବାରହା ଛୁଆ ବିକ୍ରୀ ବ୍ୟାପକ ମାତ୍ରାରେ ଚାଲିଥିବାବେଳେ , ଏଥିପ୍ରତି ଜଙ୍ଗଲବିଭାଗ ମୁଖ୍ୟ ବନସଂରକ୍ଷକ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories