www.samajalive.in
Monday, December 8, 2025
24.1 C
Bhubaneswar

ୟୁକ୍ରେନ୍‌-ରୁଷ ଯୁଦ୍ଧରେ ଗଲାଣି ୧୭୬୧ ସାଧାରଣ ଲୋକଙ୍କ ଜୀବନ: ଜାତିସଂଘ

କିଭ୍‌: ଜାରି ରହିଛି ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧରେ ୧୭୬୧ ସାଧାରଣ ଲୋକ ମୃତାହତ ହୋଇଛନ୍ତି । ୧୭୬୧ ସାଧାରଣ ନାଗରିକ ମୃତାହତ ହୋଇଥିବା ନେଇ ଜାତିସଂଘ ସୂଚନା ଦେଇଛି । ଜାତିସଂଘର ସୂଚନା ମୁତାବକ ଯୁଦ୍ଧରେ ୬୩୬ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୨୫ ଜଣ ନାଗରିକ ଆହତ ହୋଇଛନ୍ତି । ଅନ୍ୟପଟେ ଯୁଦ୍ଧକୁ ନେଇ ବସୁଛି ବାରମ୍ବାର ବୈଠକ । ଯୁଦ୍ଧ ସମ୍ପର୍କରେ ଦୁଇ ଦେଶର ପ୍ରତିନିଧି ଦଳ ୪ ଥର ବୈଠକ କରିସାରିଲେଣି ହେଲେ କୌଣସି ସୁଫଳ ମିଳିପାରୁନାହିଁ ।

ଆଜି ମଧ୍ୟ ଦୁଇ ଦେଶର ପ୍ରତିନିଧି ଦଳ ଯୁଦ୍ଧକୁ ନେଇ ବୈଠକ କରିବେ । ଆଜିର ଆଲୋଚନାରେ କିଛି ସମାଧାନର ବାଟ ବାହାରିବ ବୋଲି ଅନୁମାନ କରାଯାଉଛି । ସେପଟେ ଆଜି ବି ୟୁକ୍ରେନ-ରୁଷ ମଧ୍ୟ​ରେ ଘମାଘୋଟ ଲଢ଼େଉ ଜାରି ରହିଛି । ୟୁକ୍ରେନ୍‌ ଉପରେ ମିଶାଇଲ ମାଡ଼ କରୁଛି ରୁଷ । ୟୁକ୍ରେନ୍‌ ମଧ୍ୟ ରୁଷକୁ କଡ଼ା ଜବାବ ଦେଉଛି । ରୁଷର ୧୦୦ ସୈନିକଙ୍କୁ ହତ୍ୟାକରିଛି ବୋଲି ୟୁକ୍ରେନ୍‌ ଆଜି ତାର ଦାବି ରଖିଛି ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories