www.samajalive.in
Monday, December 8, 2025
27.1 C
Bhubaneswar

୧୦ହଜାର ବର୍ଷ ପୂର୍ବେ ସିଂହର ସ୍ଥିତି

ଏକବିଂଶ ଶତାବ୍ଦୀରେ ବିଶ୍ବରେ ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ତେଣୁ ଏହାକୁ ନିୟନ୍ତ୍ରଣ କରିବା ନିମନ୍ତେ ବିଶ୍ବର ପ୍ରମୁଖ ରାଷ୍ଟ୍ରରେ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଏସବୁ ଅବଗତ କରାଯାଉଛି। ନିକଟରେ ନିଉଫାଉଣ୍ଡଲ୍ୟାଣ୍ଡର ଗବେଷକଦଳ ୧୦ହଜାର ବର୍ଷ ତଳର ସ୍ଥିତିକୁ ପ୍ରକାଶ କରିଛନ୍ତି। ସେସମୟରେ ପୃଥିବୀର ଚତୁଃପାର୍ଶ୍ବ ସବୁଜିମାରେ ଭରପୂର ରହିବା ସହିତ ଜନସଂଖ୍ୟା ମଧ୍ୟ ସୀମିତ ଥିଲା। ଏହା ସହ ସେତେବେଳେ ଲୋକ ସଂଖ୍ୟା ସହ ସିଂହଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନ ଥିଲା। ବିଭିନ୍ନ ପ୍ରଜାତିର ସିଂହ ସର୍ବାଧିକ ସଂଖ୍ୟାରେ ଏସୀୟ ଓ ଆଫ୍ରିକୀୟ ରାଷ୍ଟ୍ରରେ ଦେଖାଯାଉଥିଲେ। ୨୦୧୧ ଡିସେମ୍ବରରେ ଆଫ୍ରିକାର ଘଞ୍ଚ ଅରଣ୍ୟରୁ ଅନେକ ପ୍ରାଣୀଙ୍କର ଜୀବାଶ୍ମ ଠାବ ହୋଇଥିଲା। ସେତେବେଳେ ଗବେଷକ ଦଳ ସ୍ପଷ୍ଟ କରିଥିଲେ ଯେ ଏସବୁ ସିଂହଙ୍କର ବୋଲି। ପରବର୍ତ୍ତୀ ସମୟରେ ଅଧିକ ଯାଞ୍ଚ ହେବାରୁ ଜଣାପଡ଼ିଥିଲା ଯେ ଆଫ୍ରିକୀୟ ଜଳବାୟୁରେ ଏହି ସିଂହମାନେ ଭଲ ଭାବେ ବଢ଼ୁଥିଲେ ଓ ଏଇ ପରିବେଶ ମଧ୍ୟ ସେମାନଙ୍କୁ ଖୁବ୍ ସୁହାଉ ଥିଲା। ସିଂହଙ୍କ ଉଚ୍ଚତା ୧୦ହଜାର ବର୍ଷ ପୂର୍ବେ ଆଶାତୀତ ଅଧିକ ଥିବାର ସେମାନଙ୍କ ଜୀବାଶ୍ମରୁ ପ୍ରମାଣିତ ହୋଇଛି। ସେଇ ସମୟରେ ଆଫ୍ରିକାରେ ସିଂହଙ୍କୁ ସ୍ଥାନୀୟ ଲୋକେ ଘରେ ପାଳୁଥିବାର ଅନୁମେୟ। କେତେକ ପ୍ରାଚୀନ ଲିପିରୁ ଏଇ ତଥ୍ୟ ମିଳିଥିଲା, କିନ୍ତୁ ଏଥିରେ କୌଣସି ସତ୍ୟତା ନଥିବାର ଗବେଷକଙ୍କ ମତ। ଜଳବାୟୁ ପରିବର୍ତ୍ତନ ସହ ଜଙ୍ଗଲ ଧ୍ବଂସ କାରଣରୁ ବିଶାଳକାୟ ପ୍ରଜାତିର ଏହି ସିଂହଙ୍କ ସଂଖ୍ୟା ହ୍ରାସ ପାଇଥିବାର ଗବେଷକ ଦଳର ମୁଖ୍ୟ କହିଛନ୍ତି। ଏବେ ମଧ୍ୟ ଆଫ୍ରିକାର ଘନ ଜଙ୍ଗଲ ସଂଖ୍ୟାଧିକ ପଶୁପକ୍ଷୀଙ୍କ ପ୍ରଜାତି ଠାବ କରାଯାଇପାରୁନାହିଁ। ମନୁଷ୍ୟ ଜାତିର କ୍ରୂରତାରେ ଏଇ ପ୍ରାଣୀମାନେ ଏକରକମ ଭୟଭୀତ ହୋଇଯାଇଛନ୍ତି କହିଲେ ଚଳେ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories