www.samajalive.in
Monday, December 8, 2025
14.1 C
Bhubaneswar

ବିଧାୟକ ଜଣେ ଅଭ୍ୟାସରତ ଅପରାଧୀ: ସମ୍ବିତ

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗାଡ଼ି ମଡ଼ାଇଦେବା ଘଟଣା । ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ସାମ୍ବାଦିକ ସମ୍ମିଳନୀ କରି ସମ୍ବିତ ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏହି ଘଟଣା ଗଣତନ୍ତ୍ରର ହତ୍ୟା ପାଇଁ ଷଡ଼ଯନ୍ତ୍ର ହୋଇଛି । ମଦ୍ୟପାନ କରି ଗାଡ଼ି ଚଳାଉଥିଲେ ବିଧାୟକ ପ୍ରଶାନ୍ତ ଜଗଦେବ । ଗତକାଲି ବିଧାୟକଙ୍କ ଏପରି କାର୍ଯ୍ୟକଳାପ କେବଳ ଅହଂକାର । ବିଧାୟକ ଜଗଦେବ ଜଣେ ଅଭ୍ୟାସରତ ଅପରାଧୀ ବୋଲି ସମ୍ବିତ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି  ।

ତାହା ସହ ସମ୍ବିତ ଆହୁରି କହିଛନ୍ତି ପୂର୍ବରୁ ବିଧାୟକଙ୍କ ନାଁରେ ଅନେକ ଅଭିଯୋଗ ରହିଛି  । ଦଳିତ ଯୁବକଙ୍କୁ ମାଡ଼ ମାରିଥିଲେ ବିଧାୟକ ଜଗଦେବ । ବୌଦ୍ଧରେ ବିଜେପି କର୍ମୀ ମାନଙ୍କୁ ମଧ୍ୟ ସେ ଆକ୍ରମଣ କରିଥିଲେ । ସମ୍ବିତ ଘଟଣାରେ ବିଜେଡି ଉପରକୁ ପ୍ରଶ୍ନ ଉଠାଇଛନ୍ତି । ସେ ତାଙ୍କ ପ୍ରଶ୍ନରେ କହିଛନ୍ତି ଦଳ କାହିଁକି ଜଗଦେବଙ୍କୁ ବହିଷ୍କାର କରୁନାହିଁ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories