www.samajalive.in
Sunday, December 7, 2025
15.1 C
Bhubaneswar

ମାଓପ୍ରବଣ ଅଞ୍ଚଳରେ ସିଆରପିଏଫ ପକ୍ଷରୁ ଜନସମ୍ପର୍କ ଶିବିର 

ଲାଞ୍ଜିଗଡ଼ :  ଦିନକୁଦିନ ମାଓବାଦୀ ମାନେ ଦୁର୍ଗମ ଅଞ୍ଚଳରେ ନିଜ କାୟା ବିସ୍ତାର କରି ଚାଲିଥିବା ବେଳେ କେବେ କେବେ ଜନସାଧାରଣ ମଧ୍ୟ ସେମାନଙ୍କ ଆକ୍ରୋସର ଶିକାର ହେଉଛନ୍ତି । ଲୋକଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ଗାଁରେ ଜନସମ୍ପର୍କ ମାନ ଆୟୋଜନ କରାଯାଉଥିବା ବେଳେ ଆଜି ଲାଞ୍ଜିଗଡ଼ ବ୍ଲକର ମାଓଗଡ଼ କୁହାଯାଉଥିବା ତ୍ରିଲୋଚନପୁର ଠାରେ ସିଆରପିଏଫ ପକ୍ଷରୁ ଏକ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଥିଲା ।ଏହି ଶିବିରରେ ତ୍ରିଲୋଚନପୁର ପଞ୍ଚାୟତର ଅମଠାପଦର, ଲଡାଙ୍ଗ, ଗନ୍ଧନୀ, ଫୁଲଡୁମେର, ଖେମୁଣ୍ଡିପଦର, ଆମଗୁଡା,ସାପଚଞ୍ଚରା ଆଦି ଗାଁରୁ ଲୋକେ ଯୋଗ ଦେଇଥିଲେ ।ଏହି ବୈଠକରେ ଲାଞ୍ଜିଗଡ଼ ଯୋନ ୨ ର ଜିଲ୍ଲାପରିଷଦ ସଦସ୍ୟ ପରୀକ୍ଷିତ ନାଏକ ଓ ତ୍ରିଲୋଚନପୁର ସରପଞ୍ଚ ଲକ୍ଷ୍ମୀ ମାଝୀ ଅତିଥି ଭାବେ ଯୋଗ ଦେଇ ଯବାନ ମାନେ ନିଜେ ଅନେକ କଷ୍ଟ ସହି ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇଦେଇ ଥିବାରୁ ସିଆରପିଏଫ ଯବାନଙ୍କୁ ପ୍ରଶଂସା କରିଥିଲେ । ଏହି ଶିବିର ତ୍ରିଲୋଚନପୁର ସ୍ଥିତ ସିଆରପିଏଫ କ୍ୟାମ୍ପରେ ଅନୁଷ୍ଠିତ ହୋଇଥିବା ବେଳେ ୧୪୫ ଗୋଟି ରେଡ଼ିଓ ଓ ୩୮ ଗୋଟି ସୋଲାର ଲେମ୍ପ ଲୋକଙ୍କୁ ଦିଆଯାଇଥିଲା । କମାଣ୍ଡର ମନୋଜ କୁମାର ୟାଦବ ଓ କମାଣ୍ଡର ପ୍ରବୀଣ ନେନବାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ଆୟୋଜନ କରାଯାଇଥିଲା ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories