www.samajalive.in
Tuesday, December 9, 2025
16.1 C
Bhubaneswar

ଦ୍ବିତୀୟ ରୁଷିଆ ସେନାଧିକାରୀ ନିହତ

କିଭ୍‌: ୟୁକ୍ରେନ୍‌ ସୈନ୍ୟଙ୍କ ଆକ୍ରମଣରେ ପୁଣି ଜଣେ ରୁଷିଆ ସେନାଧିକାରୀଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ୟୁକ୍ରେନ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟର ଦାବି ଅନୁସାରେ ଖାର୍କିଭ୍‌ ଉପରେ ଆକ୍ରମଣର ନେତୃତ୍ବ ନେଉଥିବା ରୁଷିଆ ସେନାର ୪୧ତମ ବାଟାଲିୟନ ମୁଖ୍ୟ ମେଜର ଜେନେରାଲ ଭିଟାଲି ଜେରାସିମୋଭ ନିହତ ହୋଇଛନ୍ତି। ତାଙ୍କ ସହ ଆଉ କିଛି ରୁଷିଆ ସୈନ୍ୟ ଓ ବରିଷ୍ଠ ସେନାଧିକାରୀଙ୍କ ମଧ୍ୟ ମୃତ୍ୟୁ ଘଟିଛି। ରୁଷିଆ ସେନାଧିକାରୀଙ୍କ ମଧ୍ୟରେ ବାର୍ତ୍ତାଳାପରୁ ୟୁକ୍ରେନ୍‌ ଗୁଇନ୍ଦା ଏହି ଖବର ପାଇଥିବା ମନ୍ତ୍ରଣାଳୟ ଦର୍ଶାଇଛି। ଖାର୍କିଭ୍‌ ସହର ନିକଟରେ ଏହି ସେନାଧିକାରୀମାନେ ୟୁକ୍ରେନ୍‌ ସେନାର ଶିକାର ହୋଇଥିବାବେଳେ ସେମାନଙ୍କ ମୃତଦେହକୁ ନିଜ ସୈନ୍ୟମାନେ ଚିହ୍ନଟ କରିଛନ୍ତି। ଜେରାସିମୋଭ ୨୦୧୪ରେ ରୁଷିଆ ସହିତ କ୍ରିମିଆର ମିଶ୍ରଣ ପାଇଁ ହୋଇଥିବା ଲଢ଼େଇରେ ଅପୂର୍ବ ବୀରତ୍ବ ପ୍ରଦର୍ଶନ ପାଇଁ ପୁରସ୍କୃତ ହୋଇଥିଲେ। ଏତଦ୍‌ ବ୍ୟତୀତ ୧୯୯୯-୨୦୦୦ର ଦ୍ବିତୀୟ ଚେଚେନ୍ୟା ଯୁଦ୍ଧ ଓ ରୁଷିଆ ସେନାର ସିରିଆ ଅଭିଯାନରେ ମଧ୍ୟରେ ସେ ବୀରତ୍ବ ପ୍ରଦର୍ଶନ କରିଥିଲେ।

ତାଙ୍କ ପୂର୍ବରୁ ରୁଷିଆ ସେନାର ଡେପୁଟି କମାଣ୍ଡର ମେଜର ଜେନେରାଲ ଆ​‌େ​‌ଣ୍ଡ୍ରଇ ସୁଖୋଭେସ୍‌କିଙ୍କର ମୃତ୍ୟୁ ହୋଇଥିଲା। ସପ୍ତାହକ ମଧ୍ୟରେ ଦୁଇ ଜେନେରାଲଙ୍କୁ ହରାଇ ରୁଷିଆ ସେନା ହତୋତ୍ସାହିତ ହୋଇପଡ଼ିଥିବା କୁହାଯାଉଥିଲେ ମଧ୍ୟ ଅତି ସନ୍ତର୍ପଣର ସହ ଆକ୍ରମଣ ଜାରି ରଖିଛନ୍ତି। ସୁମି, ଖାର୍କିଭ୍‌ ଆଦି ସହରରେ ସେମାନେ ପ୍ରବଳ ବୋମା ବର୍ଷଣ କରୁଛନ୍ତି। ୟୁକ୍ରେନ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି ଅନୁସାରେ ଦେଶର ସେନା ଶତ୍ରୁପକ୍ଷରୁ ୧୧ ହଜାର ସୈନ୍ୟଙ୍କୁ ହତ୍ୟା କରିଛନ୍ତି; କିନ୍ତୁ ରୁଷିଆ ଏହାକୁ ୫୦୦ ଦର୍ଶାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories