www.samajalive.in
Monday, December 8, 2025
14.1 C
Bhubaneswar

ଆଜି ଆନ୍ତର୍ଜାତୀୟ ମହିଳା ଦିବସ

ମାଆ ଅର୍ଥାତ ମାତାଙ୍କ ରୂପରେ ନାରୀ। ପୃଥବୀରେ ନିଜର ଏହି ପବିତ୍ର ରୂପରେ ପରିଚିତ ନାରୀ। ମା’ ଅର୍ଥାତ ଜନନୀ। ମାଆଙ୍କୁ ଈଶ୍ୱର ଠାରୁ ବଡ଼ ବୋଲି ମଧ୍ୟ ବିବେଚନା କରାଯାଏ। ତେଣୁ ପ୍ରତ୍ୟେକ ପିଲାମାନେ ନିଜ ମାଆଙ୍କୁ ସର୍ବଦା ଉପଯୁକ୍ତ ସମ୍ମାନ ଦେବା ଆବଶ୍ୟକ।
ପ୍ରତିବର୍ଷ ୮ ମାର୍ଚ୍ଚରେ  ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଏ। ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ମହିଳାମାନଙ୍କର ଅଧିକାରକୁ ପ୍ରୋତ୍ସାହିତ କରିବା । ଆନ୍ତର୍ଜାତୀୟ ମହିଳା ଦିବସ ମଧ୍ୟ ମହିଳା ଅଧିକାର ଆନ୍ଦୋଳନର ଏକ କେନ୍ଦ୍ର ବିନ୍ଦୁ, ଯାହା ଲିଙ୍ଗଗତ ସମାନତା, ଏବଂ ମହିଳାଙ୍କ ପ୍ରତି ହେଉଥିବା ହିଂସା ତଥା ନିର୍ୟାତନା ଭଳି ପ୍ରସଙ୍ଗ ପ୍ରତି ଧ୍ୟାନ ଦେଇଥାଏ। ଏହା ବ୍ୟତୀତ ଆନ୍ତର୍ଜାତୀୟ ମହିଳା ଦିବସ ମହିଳାମାନଙ୍କ ଆର୍ଥିକ, ରାଜନୈତିକ ଏବଂ ସାମାଜିକ ସଫଳତାର ଉତ୍ସବ ଭାବରେ ପାଳନ କରାଯାଏ, ଯାହା ମହିଳାମାନଙ୍କ ପ୍ରତି ସମ୍ମାନ, ପ୍ରଶଂସା ଏବଂ ପ୍ରେମ ପ୍ରଦର୍ଶନ କରିଥାଏ । ମହିଳାମାନଙ୍କୁ ସମ୍ମାନ , ପ୍ରଶଂସା ଏବଂ ମହିଳାମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ଅବଗତ କରାଇବା ଭଳି ଜିନିଷକୁ ଧ୍ୟାନରେ ରଖି ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଏ । ନାରୀମାନଙ୍କର ସାହସକୁ ବୃଦ୍ଧି କରାଇବା ଏବଂ ସମାଜରେ ବ୍ୟାପିଥିବା ଅସମାନତାକୁ ଦୂର କରିବା ପାଇଁ ଏହି ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

- Advertisement -

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories